ପବିତ୍ର ଅଣସର ମହୋତ୍ସବ ଅବସରରେ ବିଶାଳ ଭଜନ ସମାରୋହ।

ପବିତ୍ର ଅଣସର ମହୋତ୍ସବ ଅବସରରେ ବିଶାଳ ଭଜନ ସମାରୋହ।ପବିତ୍ର ଅଣସର ଉପଲକ୍ଷେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପୀଠରେ ବିଶାଳ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଭଜନ ସମାରୋହ ରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୈରଭ ଭରଦ୍ୱାଜ, ପ୍ରଭୁ ପ୍ରସାଦ ନନ୍ଦ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ମହାପାତ୍ର, ଦୀପ୍ତି ରେଖା ପାଢ଼ୀ, ସୋହିନୀ ମିଶ୍ର, ଇସ୍ପିତା ପଣ୍ଡା ଏବଂ ସତ୍ୟଜିତ ବାରିକ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥ ଏବଂ ଶ୍ରୀ ଅଲାରନାଥଙ୍କ ଭଜନ ଗାଇଥିଲେ କରିଥିଲେ।ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ରହି ଭକ୍ତି, ଭଜନ ଓ ଦିବ୍ୟ ଆଧ୍ୟାତ୍ମିକ ପରିବେଶରେ ସାମିଲ ହୋଇଥିବା ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ ସଭାପତିତ୍ବ କରିଥିଲେ। ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷ ମାଳିନୀ ଦଳାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ରାୟ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ସରପଞ୍ଚ ରାଧାରାଣୀ ଦଳେଇ, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମାହାନ୍ତିଙ୍କ ସମେତ ବ୍ରହ୍ମଗିରିର ସମସ୍ତ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *