” ଆସଯିବା ପୁରୀ”

” ଆସଯିବା ପୁରୀ”

ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।

ମନ ଆମର ଉଚ୍ଛନ୍ନ ହେଲାଣି
ବାହାରିଲୁ ଆମେ ପୁରୀ।
କାଳିଆ ର ଡୋରି ଲାଗିତ ଗଲାଣି
ଆଉ କରିବାନି ଡେରି।
ଉଛୁର ହୋଇଲେ ଗହଳି ହୋଇବ
ଯିବାକୁ ହୋଇବ ଡେରି।
ସିଂହ ଦୁଆର ରେ ଭିଡ ଲାଗିଯିବ
ହୋଇବ ଭକ୍ତ ଗହଳି।
ଚନ୍ଦନପୁର ଅସିତ ଗଲାଣି
ବଡ଼ ଦେଉଳର ନେତ ଦିଶିଲାଣି।
ବାଟ ମଙ୍ଗଳା ପାଖେଇ ଗଲାଣି
ମୁଣ୍ଡିଆ ମାରିବା ମା ର ପାଖରେ।
ଅଠର ନଳା ପଡ଼ିଯିବ ଏବେ
ବଡ଼ଦାଣ୍ଡ ପରା ଆସିବ ୟାପରେ।
ନରେନ୍ଦ୍ର ପୋଖରୀ ପଡ଼ିବ ଆଗରେ
ଚାଲିଯିବା ଆମେ ସିଂହଦ୍ଵାର ପାଶେ।
ପାଦ ଧୋଇ ଯିବା ବଡ଼ଦେଉଳକୁ
ପତିତପାବନେ ପ୍ରଣାମ କରିବା।
ବାଇଶି ପାହାଚେ ଆଗକୁ ବଢିବା
ବଡ଼ଦେଉଳରେ ପ୍ରବେଶ କରିବା।
ଗରୁଡ଼ସ୍ତମ୍ଭ କୁଣ୍ଢାଇ ଜଗାକୁ ଦେଖିବା
ରତ୍ନସିଂହାସନେ ବିଜେ ଚକା ଆଖି
ବଳଭଦ୍ର ଆଉ ସୁଭଦ୍ରା ଭଉଣୀ।
ଭକ୍ତିପୂତେ ତାଙ୍କୁ ପ୍ରଣାମ କରିବା
ତାଙ୍କ ପାଖେ ମନସ୍କାମନା ଜଣାଇ
କଳ୍ପବଟ ମୂଳେ ଯିବା ପଳାଇ
ବଞ୍ଛିତକlମନl ସେଠାରେ କରିବା।
ମୁକ୍ତିମଣ୍ଡପ ରେ ମୁଣ୍ଡିଆ ମାରିବା
ବିମଳା କମଳା ଦର୍ଶନ କରି
ଦୀପ ଜଳାଇବା ତାଙ୍କୁ ସୁମରି।
ଆନନ୍ଦ ବଜାରେ ଅଭଡ଼ା ଖାଇ
ମହୋଦଧି ତୀରେ ଯିବlପଳାଇ।
ମହୋଦଧି ରେ ବୁଡ଼ ପକାଇ
ଚକାନୟନ କୁ ଦୁଃଖ ଜଣାଇ
ବlହୁଡ଼ିବା ଆମେ ମନ ଅlନନ୍ଦରେ
ସବୁ ଦୁଃଖ ଆମ ଯାଉ ଦୂରେଇ।

Leave a Reply

Your email address will not be published. Required fields are marked *