ରାୟଗଡା ଠାରେ ମେହେନ୍ଦି ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ଲେଡୀସ କ୍ଲବ, କ୍ଲବ ତରଫରୁ ପ୍ରୀତିଯୋଗିତା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେଥି ମଧ୍ୟରେ ଆସିଥିବା ୨୦ ଜଣ ମହିଳା ପ୍ରତିଯୋଗୀ ଯୋଗଦାନ କରିଥିଲେ। ବଚପନ ଓ ଏକାଡେ଼ମିକ ହାଇଟ ସ୍କୁଲର ନିର୍ଦ୍ଧେଶିକା ଶ୍ରୀମତୀ ସୁଶ୍ରୀତା ଦାସ ଓ ପୂର୍ବତନ କାଉନସିଲର ଶ୍ରୀମତୀ ସୁଜାତା ପାଳ ପରୀକ୍ଷକ ଭାବେ ଯୋଗଦାନ କରିଥିଲେ। କୁମାରୀ ସ୍ୱପ୍ନା ଗୌଡ଼-ପ୍ରଥମ ସ୍ଥାନ , କୁମାରୀ ଝାନ୍ସୀ-ଦ୍ଵିତୀୟ ସ୍ଥାନ ଓ କୁମାରୀ ଇନ୍ଦୁ-ତୃତୀୟ ସ୍ଥାନ ପାଇ ଥିବାରୁ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା। ଉକ୍ତ କ୍ରର୍ଯ୍ୟକ୍ରମ ସଭାପତି ଶ୍ରୀମତୀ କସ୍ତୁରୀ ସାହୁ ଙ୍କ ପୌରୋହିତ୍ୟରେ ସମ୍ପାଦନ କରାଯାଇଥିଲା।

ମହିଳା ମାନଙ୍କ ମଧ୍ୟରେ ଥିବା ବିଭିନ୍ନ କଳା ଓ ପ୍ରତିଭାର ପରିପ୍ରକାଶ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଭାପତି ମତ ବ୍ୟକ୍ତ କରିଥିଲେ। କ୍ଲବର ଉପଦେଷ୍ଟା ଶ୍ରୀମତୀ ଅଳକା ଦାସ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାରେ ଦିଗଦର୍ଶନ ଦେଇଥିଲେ। ସମ୍ପାଦିକା ଶ୍ରୀମତୀ ଜ୍ୟୋତିପ୍ରଭା ମହାପାତ୍ର, ଶ୍ରୀମତୀ ସୁଜାତା ପାଢ଼ୀ ଯୁଗ୍ମ ସମ୍ପାଦିକା, କୋଷାଧକ୍ଷା ଶ୍ରୀମତୀ ବୁରୁଡି ଲକ୍ଷ୍ମୀ ତଥା କ୍ଲବର ସମସ୍ତ ସଦସ୍ୟାମାନେ ଯୋଗଦେଇଥିଲେ। ପରିଶେଷରେ ନିମନ୍ତ୍ରିତ ଉଭୟ ପରୀକ୍ଷ୍ୟକଙ୍କୁ ଧନ୍ୟବାଦର ସହ ଉପହାର ପ୍ରଦାନ କରାଯାଇଥିଲା।
