ପୁରୀରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ଚିତ୍ରଶିଳ୍ପୀ ଶିବିର ନୀଳଶୈଳ।

୧୩ ତାରିଖ ଠାରୁ ୧୫ ତାରିଖ ତିନିଦିନ ଧରି ଏହି ଚିତ୍ରଶିଳ୍ପୀ ଶିବିର ଯାହାର ନାମ ନୀଳଶୈଳ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା,, ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ଓ ଶ୍ରୀକ୍ଷେତ୍ର ଉପରେ ଆଧାରିତ ହେବ ଏହି ଜାତୀୟ ଚିତ୍ରଶିଳ୍ପୀ ଶିବିର ନୀଳଶୈଳ। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆ ଚିତ୍ରଶିଳ୍ପୀ ମାନଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହେବାସହ ଏଥିରେ ଜାତୀୟ ଓ ରାଜ୍ୟ ପଦ୍ମ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମାନେ ଯୋଗଦେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତେବେ ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ନିର୍ମିତ ଫଟୋଚିତ୍ର ବା କାନଭାସ୍ ବା ପେଣ୍ଟିଂ ଗୁଡିକ ଏକ କଫି ଟେବୁଲ୍ ବୁକ୍ ଆକାରରେ ପ୍ରକାଶନ କରାଯିବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ଖର୍ଚ୍ଚ ବହନ କରିବ। ତେବେ ସମସ୍ତ ଫଟୋଚିତ୍ରକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ହେଉ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଜାଗାରେ ଉପଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,, ପଟିଦିଁଅଙ୍କ ଚିତ୍ରଶିଳ୍ପୀ ବିନୋଦ ମହାରଣା,, ଲଳିତକଳା ଏକାଡମୀର ପ୍ରାକ୍ତନ ସମ୍ପାଦକ ତାରାକାନ୍ତ ପରିଡା,,ଲଳିତକଳା ଏକାଡେମୀର ବର୍ତ୍ତମାନର ସମ୍ପାଦିକା ଏହି ଚିତ୍ରଶିଳ୍ପୀ ଶିବିର ପାଇଁ ଚୟନ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ l

Leave a Reply

Your email address will not be published. Required fields are marked *