କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିଲେ ମହାବିରୋଡ ବନାଞ୍ଚଳ ଅଧିକାରୀ
ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ କାର୍ଯ୍ୟାଳୟକୁ ଡାକି କଙ୍କଡ଼ାହାଡ଼ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ପ୍ରବୀଣ ନାଏକ (୨୮) କୁ ମାଡ ମାରି ଲୁହ ଲୁହାଣ କଲେ ବନାଞ୍ଚଳ ଅଧିକାରୀ ଅଧିକାରୀ ଥାନାରେ ଅଭିଯୋଗ। ସୂଚନା ମୁତାବକ ଶ୍ରୀ ନାଏକ ଗୁରୁବାର ମହାବିରୋଡ ବନାଞ୍ଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୧ ଘଟିକା ସମୟରେ ପହଞ୍ଚି ଦେଖିଥିଲେ କି ଉକ୍ତ କାର୍ଯ୍ୟାଳୟରେ କେହି କର୍ମଚାରୀ ଉପସ୍ଥିତ ନଥିଲେ ଏବଂ ଉକ୍ତ କାର୍ଯ୍ୟାଳୟକୁ କିଛି ଦିନ ତଳେ ବିଭିନ୍ନ ପ୍ରକଳ୍ପ ବାବଦରେ ଜାଣିବା ନିମନ୍ତେ ସୂଚନା ଅଧିକାରୀ ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ। ତଥ୍ୟ ଅସମ୍ପୂର୍ଣ୍ଣ ଥିବା ଦର୍ଶାଯାଇ ଗୁରୁବାର ଏକ ଖବର ପ୍ରକାଶନ ମଧ୍ୟ ଶ୍ରୀ ନାଏକ କରିଥିଲେ। ଯାହାକୁ ନେଇ ମହାବିରୋଡ ରେଞ୍ଜର ହରିଶ ଚନ୍ଦ୍ର କିସାନ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ପ୍ରବୀଣ ଙ୍କୁ କର୍ମଚାରୀ ଲଗାଇ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲେ। ପରେ କାର୍ଯ୍ୟାଳୟ ଭିତରକୁ ନେଇ ରେଞ୍ଜର ହରିଶ ଚନ୍ଦ୍ର କିସାନ ଏକ ବାଉଁଶ ବାଡିରେ ବହୁ ବାଡେଇ ଲହୁ ଲୁହାଣ କରିଥିଲେ ଜୀବନ ବିକଳେ ପାଖରେ ଥିବା ମହାବିରୋଡ ଥାନା ଭିତରକୁ ଦୌଡି ଯାଇଥିଲେ।

ଏନେଇ ମହାବିରୋଡ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି। ବନ ବିଭାଗର ଦୁର୍ନୀତି ସମ୍ବନ୍ଧରେ ଖବର ପ୍ରକାଶନ ହେଲେ ରେଞ୍ଜର ହରିଶ ଚନ୍ଦ୍ର କିସାନ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେବା ହେଉକି ମିଛ ମାମଲାରେ ଛନ୍ଦି ନେଇ ଭୟଭୀତ କରୁଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରି କଣ୍ଠରୋଧ କରିବା ପାଇଁ ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖିଛନ୍ତି ବନ୍ୟଞ୍ଚଳ ଅଧିକାରୀ ଶ୍ରୀ କିସାନ ତାହାକୁ ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରିବା ସହିତ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।
