ଉତ୍ତମ ପରିବେଶ ପାଇଁ ଜଙ୍ଗଲ ସୁରକ୍ଷା ଜରୁରୀ

ଭଞ୍ଜନଗର,୩/୧୦ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ତାରାସିଙ୍ଗି ବନାଞ୍ଚଳରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି,ସୁରେଶ ସ୍ବାଇଁ,ସହକାରୀ ବନ ସଂରକ୍ଷକ ବିବେକ ଦାଶ,ସମ୍ବାଦିକ ବିଶ୍ବମ୍ବର ଜେନା,ଶିବଶଙ୍କର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଙ୍ଗଲର ପ୍ରାକୃତିକ ପରିବେଶ ବିଗିଡିବାରେ ଲାଗିଥିବା ବେଳେ ତାର ସିଧାସଳଖ ପ୍ରଭାବ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡିଛି। ବିଶେଷ କରି ହାତୀ ମାନେ ଫସଲ ଅମଳ ସମୟରେ ଗାଁ ମୁହାଁ ହେଉଥିବା ବେଳେ ସେମାନଙ୍କ ଠାରୁ କିଭଳି ନିଜେ ସୁରକ୍ଷିତ ରହିବା ସହ ବନ୍ୟପ୍ରାଣୀଙ୍କୁ ବି ସୁରକ୍ଷା ଦିଆଯାଇ ପାରିବ ଅତିଥି ମାନେ ପ୍ରକାଶ କରିଥିଲେ। ବନ୍ୟପ୍ରାଣୀ ଜନବସତି ମୁହାଁ ହେବା ସମୟରେ କିଭଳି ସେମାନଙ୍କୁ କ୍ଷତି ନପହଞ୍ଚାଇ ବିକଳ୍ପ ପନ୍ଥା ଭାବେ ସେମାନଙ୍କୁ ଜଙ୍ଗଲକୁ ପୁଣି ପଠାଯାଇ ପାରିବ ସେ ସଂର୍ପକରେ ଆଲୋଚନା କରାଯାଇଥିଲା। ବିଶେଷ କରି ମାଙ୍କଡ ମାନଙ୍କୁ ବିଭିନ୍ନ ଖାଦ୍ୟ ଗ୍ରାମରେ ଦେବା ଯୋଗୁ ସେମାନେ ଜଙ୍ଗଲରେ ରହିବା ପରିବର୍ତେ ଅନେକ ସମୟରେ ବିଭିନ୍ନ ଗ୍ରାମ ଭିତରକୁ ଆସି ଦୌରାତ୍ମ ଖେଳାଉଛନ୍ତି। ତେଣୁ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ବ୍ୟବସ୍ଥା କଲେ ପୂର୍ବ ପରି ଆଉ ଗାଁ ମୁହାଁ ହେବେ ନାହିଁ ବୋଲି ମତପ୍ରକାଶ ପାଇଥିଲା।ପରିବେଶ ସୁରକ୍ଷାର ମହତ୍ତ୍ୱ,ବନ୍ୟପ୍ରାଣୀ ସୁରକ୍ଷା ଓ ପରିଚାଳନା,ଜୈବ ବିବିଧତା ବଜାୟ,ଜଳବାୟୁ ସନ୍ତୁଳନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ତାରସିଂ ବନପାଳ କଳାବଦନ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଓଏଫ୍ଏସ୍ଡିପିର ରାମ ଚନ୍ଦ୍ର ବାରିକ ସଂଯୋଜନା କରିଥିଲେ। ଏହାକୁ ବନ୍ୟପ୍ରାଣୀ ପ୍ରେମୀ ବିଜୟ ଚନ୍ଦ୍ର ପ୍ରଧାନ,ବନପାଳ ଜି.ଅବ୍ୟକ୍ତାନନ୍ଦ ସ୍ବାମୀ,ବନରଖୀ ଶରତ କୁମାର ବିଷୋୟୀ,ଆର. କିରଣ ଶୋଭା,ଗଗନ ବିହାରୀ ତ୍ରିପାଠୀ,ସୁଶୀଲ କୁମାର ରାଉତ,ଯୋଗନ୍ଦ୍ରେ ସ୍ବାଇଁ,ରଞ୍ଜନ ବେହେରା,ନଚିକେତା ପ୍ରଧାନଙ୍କ ସମେତ ଭିଏସ୍ଏସ୍ କର୍ମକର୍ତ୍ତା,ଏନିମେଟର ଓ ପରିବେଶବିତ୍ ଉପସ୍ଥିତ ଥିଲେ। ଶେଷରେ ଘୋଗଡ ବନପାଳ କୃଷ୍ଣଚନ୍ଦ୍ର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *