ମହଙ୍ଗା ହେଲା ପରିବା
ମହଙ୍ଗା ହେଲା ପରିବା ; ଗ୍ରାହକଙ୍କ ଅସନ୍ତୋଷଖାଇବା ଥାଳି ଉପରେ ଜୋରଦାର ମହଙ୍ଗାମାଡ଼ । ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ବୃନ୍ଦାବାହାଲ ରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ। କାରଣ ଗତ ଦୁଇ ଦିନ ତଳେ ଯେଉଁ ପରିବା ୩୦, ୪୦ ଟଙ୍କାରେ ମିଳୁଥିଲା ତାହା ଏବେ ୧୦ରୁ ୨୦ ଟଙ୍କା ଅଧିକରେ ବିକ୍ରି ହେଉଛି। ବୃନ୍ଦାବାହାଲ ରେ ବାଇଗଣ ୫୦ ଟଙ୍କା, କଲରା ୮୦ ଟଙ୍କା, ପୋଟଳ ୫୦ ଟଙ୍କାରେ ବିକ୍ରି ହେଉଛି ।ଗ୍ରାହକଙ୍କୁ ପରିବା ଛୁଇଁ ବାକୁ ଡର ଲାଗୁଛି | ପରିବା ଦର ବୃଦ୍ଧି କୁ ନେଇ ଜନସାଧାରଣଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଉଛି | ଡାଲି ତେଲ ଲୁଣ ପରେ ପରିବା ମଧ୍ୟ ଦରଦାମ ବୃଦ୍ଧି ଘଟିଛି | ସାଧାରଣ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ଆକାଶ ଛୁଁଆ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି |ପ୍ରତ୍ୟେକ ପରିବା ଦାମ ପୂର୍ବ ଅପେକ୍ଷା ତିରିଶ ରୁ ଅଧିକ ବୃଦ୍ଧି ଘଟିଛି | ହଠାତ ପରିବା ର ହାଇ ରେଟ ଲୋକଙ୍କ ନିଦ ହଜେଇ ଦେଇଛି | ଅନ୍ୟପଟେ ଚଢା ଦର ଯୋଗୁ ବେପାର ହେଉନଥିବା ବେପାରୀ ମାନେ କହିଛନ୍ତି |
