ଅଭୟ ହସ୍ତ ମହାବୀର କ୍ଲବ ପକ୍ଷରୁ ହନୁମାନ ଜୟନ୍ତୀ ପାଳନ
ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଅଭୟହସ୍ତ ମହାବୀର କ୍ଲବ ପକ୍ଷରୁ ମହା ଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରାତ ସମୟରେ ସ୍ନାନ, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ହୋମ, ହନୁମାନ ଚାଳିଶା ପାଠ ତଥା ଆଳତି ଆଦି ପୂଜା ପାଠ ଆଦି ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଆମ ଆଧ୍ୟାତ୍ମିକ, ଐଶ୍ୱରିକ ଓ ଧାର୍ମିକ ପରମ୍ପରା ଓ ସଂସ୍କୃତିରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରଖୁଥିବା ଏହି ପବିତ୍ର ଦିବସରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ହୋମ ଯଜ୍ଞ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ପଣା ସଂକ୍ରାନ୍ତି ଅବସରରେ ପଣା ବଣ୍ଟନ କରାଯାଇଥିଲା ଏଥିରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିୟା ଅତିଥି ଭାବେ ଯୋଗଦାନ କରିଥିଲେ l କ୍ଲବର ସଭାପତି, କେ ସାମ୍ଭା ଉପସଭାପତି ବି ଏରେୟା, ସମ୍ପାଦକ ତୋଫାନ ଦାସ, ସତ୍ୟମ, କୋଷାଦକ୍ଷ ସୁଧୀର, କାର୍ଯ୍ୟକାରୀ ସଦସ୍ୟ ଏ ସୁରେଶ ରାଓ ଙ୍କ ସମେତ ସାହିର ମୁରବି ଓ ଯୁବକ ମାନେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l
