ସତ୍ୟବାଦୀ ପୋଲିସ ଦ୍ୱାରା NDPS କେସର ଫେରାର ଅଭିଯୁକ୍ତ ଗିରଫ
ସତ୍ୟବାଦୀ, ୨୫ ସେପ୍ଟେମ୍ବର ୨୦୨୬: ସତ୍ୟବାଦୀ ଥାନା କେସ୍ ନଂ- ୪୧୬, ତା- ୨୬.୧୧.୨୦୨୫, ଧାରା- ୨୧(b)/୨୯ NDPS Act ରେ ଦୀର୍ଘ ଦିନ ହେବ ଫେରାର ଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମନୋଜ ଦାସ (୩୯), ପିତା- ମିଳନ ଦାସ, ସାକିନ- ମହାମାୟାସାହି, ଥାନା- ସତ୍ୟବାଦୀ, ଜିଲ୍ଲା- ପୁରୀକୁ ଆଜି ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । *ଘଟଣାର ସଂକ୍ଷିପ୍ତ ବିବରଣୀ*:ଗତ ତା- ୨୬.୧୧.୨୦୨୫ ରିଖରେ ସତ୍ୟବାଦୀ ଥାନାର ଏସ.ଆଇ. ସୁକାନ୍ତୀ ମୁର୍ମୁ କୌଣସି ଗୁପ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଅହମ୍ମଦପୁର ଗ୍ରାମର ଏସ.କେ. ସାଜିଦ୍ ଏବଂ ମହାମାୟାସାହିର ମନୋଜ ଦାସ ଅହମ୍ମଦପୁର-ବାସୁକେରା ରାସ୍ତାର ୟୁ.ଜି.ଏସ. କଲେଜ ଛକ ନିକଟ ଜୟା ହୋଟେଲ ପାଖରେ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ବିପୁଳ ପରିମାଣର ବ୍ରାଉନସୁଗାର ଧରି ଠିଆ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ପ୍ରଥମ ଅଭିଯୁକ୍ତ ଏସ.କେ. ସାଜିଦ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଥିବା ବେଳେ, ଅଭିଯୁକ୍ତ ମନୋଜ ଦାସ ଦୀର୍ଘ ଦିନ ହେବ ଫେରାର ଥିଲା। ଆଜି ତା- ୨୫.୦୯.୨୦୨୬ ରିଖରେ ସତ୍ୟବାଦୀ ଥାନା ଆଇ.ଆଇ.ସି. ସୌମ୍ୟ ରଞ୍ଜନ ମହାଳିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯୁକ୍ତ ମନୋଜ ଦାସକୁ ଗିରଫ କରାଯାଇ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍, ପୁରୀଙ୍କ ଅଦାଲତକୁ ଚାଲାଣ କରାଯାଇଛି। *ପୂର୍ବର ଅପରାଧିକ ପୃଷ୍ଠଭୂମି*:ପୋଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମନୋଜ ଦାସ ଜଣେ ପୁରୁଣା ଅପରାଧୀ ଏବଂ ପୂର୍ବରୁ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା। ତା’ ନାମରେ ସତ୍ୟବାଦୀ ଥାନା କେସ୍ ନଂ- ୧୨୪, ତା- ୨୧.୦୪.୨୦୨୦, ଧାରା- ୩୪୧/୨୯୪/୩୨୩/୩୨୪/୫୦୬/ ୩୪ IPC ରେ ମାମଲା ରୁଜୁ ରହିଛି।
