ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତିନି ଭିନ୍ନ ଭିନ୍ନ ଚୋରି ମାମଲାରେ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ

୩ ଚୋରି ମାମଲାରେ ୭ ଅଭିଯୁକ୍ତ ଗିରଫ ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତିନି ଭିନ୍ନ ଭିନ୍ନ ଚୋରି ମାମଲାରେ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ ସଫଳତା ହାସଲ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଚୋରି ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି ।*୧. ମାଛ ମାର୍କେଟ ଗଳି, ପାନ ଦୋକାନ ଚୋରି ମାମଲା:*(କେସ ନମ୍ବର -୫୮୨/୨୦୨୬)ଗତ ତା ୨୯.୦୮.୨୬ ରିଖ ବିଳମ୍ବିତ ରାତିରେ ଯୋଗେନ୍ଦ୍ର ପ୍ରମାଣିକଙ୍କ ପାନ ଦୋକାନ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୩ ଗୋଟି ମୋବାଇଲ ଫୋନ୍ ଏବଂ ଚୋରି ଟଙ୍କା ୨୧୦୦/- ଜବତ ହୋଇଛି ।*ଅଭିଯୁକ୍ତ ମାନେ ହେଲେ -*୧) ସଦାମ ହୁସେନ (୨୬ ବର୍ଷ)୨) ଆସିକ୍ ଅଲ୍ଲୀ (୨୦ ବର୍ଷ)୩) ତହିଦ୍ ଶାହା (୧୯ ବର୍ଷ)ସମସ୍ତଙ୍କ ଘର ଉତ୍ତର ପ୍ରଦେଶର ଚିତ୍ରକୂଟ ଅଞ୍ଚଳରେ । ଏମାନେ କୁମ୍ଭାରପଡ଼ାରେ ଭଡ଼ାରେ ରହି ଫେରି କରନ୍ତି ।*୨. ଫଳ ଦୋକାନ ଚୋରି ମାମଲା:* ( କେସ୍ ନମ୍ବର -୫୪୪/୨୬)ଗତ ୧୩.୦୮.୨୬ ବିଳମ୍ବିତ ରାତିରେ ମାର୍କେଟ ଛକ ପାଖ ପାର୍ବତୀ ଦାସଙ୍କ ଉଠା ଫଳ ଦୋକାନରୁ ଚୋରି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍ ଏବଂ ଚୋରି ଟଙ୍କା ୪୨୦୦/- ଜବତ କରାଯାଇଛି ।*ଅଭିଯୁକ୍ତ ମାନେ ହେଲେ -*୧) ଆଲୋକ ମହାପାତ୍ର (୨୨ ବର୍ଷ), ମାର୍କଣ୍ଡେଶ୍ୱର ସାହି, ପୁରୀ୨) ପ୍ରଦୀପ ଡାଙ୍ଗ (୨୬ ବର୍ଷ), ତରଭା, ସୋନପୁର, ବର୍ତମାନ – ଜଗନ୍ନାଥ ବଲ୍ଲଭ, ପୁରୀ ।*୩. ସୁଗ୍ରୀବ ମହାବୀର ମନ୍ଦିରଠାରେ ଚୋରି ଉଦ୍ୟମ ବିଫଳ:* ( କେସ୍ ନମ୍ବର -୬୫୧/୨୦୨୬)ଗତକାଲି ମଧ୍ୟରାତ୍ରରେ ପୁରୀ ଟାଉନ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସୁଗ୍ରୀବ ମହାବୀର ମନ୍ଦିର ନିକଟରେ ଚୋରି ଉଦ୍ୟମ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ରେଡ୍ ହ୍ୟାଣ୍ଡରେ ଧରାଯାଇଛି । ଉଭୟଙ୍କ ବିରୁଦ୍ଧରେ ପୂର୍ବରୁ ଚୋରି ମାମଲା ରହିଛି ।*ଅଭିଯୁକ୍ତ ମାନେ ହେଲେ -*୧) ଅରକ୍ଷିତ ଦାସ (୫୯ ବର୍ଷ), ଯାଜପୁର୨) ଅଜିତ ବାରିକ (୨୮ ବର୍ଷ), ଅନୁଗୁଳଉଭୟେ ଜଗନ୍ନାଥ ବଲ୍ଲଭରେ ରହି ମୂଲିଆ କାମ କରନ୍ତି ।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. କୋର୍ଟ, ପୁରୀକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *