ଯାତ୍ରା ଦେଖିବା ପରେ ମହାଭାରତ
ଭଦ୍ରକ , ଗତକାଲି ଭଦ୍ରକ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗଣିଜଙ୍ଗ, ହାସିନପୁର ଗ୍ରାମରେ ଚାଲୁଥିବା ଯାତ୍ରା ଦେଖିବା ପାଇଁ ଯାଇଥିବା ସମୟରେ ସେଠାରେ ମହାଭାରତ ସୃଷ୍ଟି ହୋଇଛି l ଖବରରୁ ଜଣାଯାଏ ଯେ ଏହି ଯାତ୍ରା ଦେଖିବାକୁ ଯାଇଥିବା ଏକ ଦମ୍ପତିଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି l ଏହି ଅଞ୍ଚଳର ସଞ୍ଜୟ କୁମାର ମଳିକ ନାମକ ବ୍ୟକ୍ତି ଏହି ଯାତ୍ରା ଦେଖିବାକୁ ଯାଇଥିଲେ l ସେଠାରେ କମିଟିର ସଦସ୍ୟ ଥିବା ତାଙ୍କ ଭାଇ ଓ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା, ଏହି ସମୟରେ ତାଙ୍କ ଭାଇ ସଞ୍ଜୟ ଏବଂ ତାଙ୍କ ପତ୍ନୀ ଘଟଣାକୁ ବିରୋଧ କରିଥିଲେ l ଏହାପରେ ଯାତ୍ରା ସାରି ଘରକୁ ଫେରିବା ପରେ କିଛି ଦୁର୍ବୁତ୍ତ ଆସି ତାଙ୍କ ଘରେ ଆଶ୍ରବ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ସଂଘବଦ୍ଧ ଭାବରେ ଭୁଜାଲି ,ରଡ଼ ଓ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ଅଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ଏହି ଘଟଣାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି l
