ପୁରୀ ପୋଲିସ ପକ୍ଷରୁ ନାବାଳିକା ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ନିରନ୍ତର ପ୍ରୟାସ ଜାରି
ପୁରୀ ପୋଲିସ ପକ୍ଷରୁ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷିତରେ ଦୁଇଟି ଭିନ୍ନ ମାମଲାରେ ସଫଳତାର ସହିତ ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ଘଟଣାରେ, ସଦର ଥାନା ମାମଲା ନଂ ୧୮୧/୨୦୨୬ ଅନୁଯାୟୀ ଜଣେ ୧୭ ବର୍ଷୀୟ ଅବୟସ୍କ କନ୍ୟାଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସେହି କନ୍ୟାଙ୍କୁ ଆବଶ୍ୟକ ଆଇନିଅନୁସାରେ ପ୍ରକ୍ରିୟା ପାଳନ କରାଯାଉଛି ଏବଂ ତାଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଦ୍ୱିତୀୟ ଘଟଣାରେ, ବାଳିଆପଣ୍ଡା ଥାନା ମାମଲା ନଂ ୮୫/୨୬ ଅନୁସାରେ ଆଉ ଜଣେ ନାବାଳିକା ବାଲିଆପଣ୍ଡାର ଗୌରାଙ୍ଗ କଲୋନୀ ଅଞ୍ଚଳରୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯାଇଛି। ସେହି କନ୍ୟାଙ୍କୁ ମଧ୍ୟ ଚିକିତ୍ସା ଯାଞ୍ଚ ଓ ଆବଶ୍ୟକ ଆଇନୁନ୍ମୁଖୀ ପଦକ୍ଷେପ ପାଇଁ ସମ୍ପର୍କିତ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ପୁରୀ ପୋଲିସ ନାବାଳିକା ନିଖୋଜ ଘଟଣାରେ ତ୍ୱରିତ କାର୍ଯ୍ୟକଳାପ ଗ୍ରହଣ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ସଦା ସଚେତନ ଓ ପ୍ରତିବଦ୍ଧ। ଏହିପରି କାର୍ଯ୍ୟକଳାପ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଜନସାଧାରଣଙ୍କୁ ଅନୁରୋଧ, ଯଦି କୌଣସି ଅବୟସ୍କ ନିଖୋଜ ବା ସନ୍ଦେହଜନକ ଘଟଣା ଦୃଷ୍ଟିଗୋଚର ହୁଏ, ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୧୨କୁ ସୂଚନା ଯୋଗାଇ ପୋଲିସଙ୍କୁ ସହଯୋଗ କରନ୍ତୁ।
