ଅଜୟ ଅନ୍ୱେଷା ଏବଂ କବିତାର ମହାଭାଷ ଲୋକାର୍ପିତ

ପୁରୀ:୧୦/୬: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ବରିଷ୍ଠ ଲେଖକ ଅଜୟ ପ୍ରଧାନଙ୍କ ରଚିତ ଆଲୋଚନା ପୁସ୍ତକ ‘କବିତାର ମହାଭାଷ: ଅସ୍ମିତାର ଇତିହାସ’ ଏବଂ ଡକ୍ଟର ବେଣୁଧର ପାଢ଼ୀଙ୍କ ରଚିତ ଅଜୟ ପ୍ରଧାନଙ୍କ ସାହିତ୍ୟ ସମଗ୍ରର ଆଲୋଚନା ଗ୍ରନ୍ଥ ‘ଅଜୟ ଅନ୍ୱେଷା’ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଡକ୍ଟର ବୈଜୟନ୍ତୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଡକ୍ଟର ବେଣୁଧର ପାଢ଼ୀଙ୍କ ରଚିତ ଆଲୋଚନା ପୁସ୍ତକ ‘ଅଜୟ ଅନ୍ୱେଷା’ ଲୋକାର୍ପିତ ଉତ୍ସବରେ ଉଦ୍ଘାଟକ ପ୍ରଫେସର ଡକ୍ଟର ମଥୁରାନାଥ ହୋତା, ମୁଖ୍ୟ ବକ୍ତା ଡକ୍ଟର ବେଣୁଧର ପାଢ଼ୀ, ସମ୍ମାନିତ ବକ୍ତା ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ ଯୋଗଦେଇ ଅଜୟ ପ୍ରଧାନଙ୍କ ସାହିତ୍ୟ ରଚନାର ପୃଷ୍ଠଭୂମି ଏବଂ ତାଙ୍କ ରଚନାରେ ଥିବା ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରିଥିଲେ। ପରେ ପରେ ଦ୍ୱିତୀୟ ଅଧିବେଶନରେ ଚିନ୍ମୟ ବିବେକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଡକ୍ଟର ବେଣୁଧର ପାଢ଼ୀ, ମୁଖ୍ୟ ବକ୍ତା ଡକ୍ଟର ଭଗବାନ ଜୟସିଂହ, ସମ୍ମାନିତ ବକ୍ତା ଡକ୍ଟର ପବିତ୍ର ମୋହନ ଦାଶ ଯୋଗଦେଇ ଅଜୟ ପ୍ରଧାନଙ୍କ ରଚିତ ଆଲୋଚନା ପୁସ୍ତକ ‘କବିତାର ମହାଭାଷ ଅସ୍ମିତାର ଇତିହାସ’କୁ ଲୋକାର୍ପିତ କରି ଏହି ପୁସ୍ତକ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଅଜୟ ପ୍ରଧାନ ଏବଂ ଶେଷରେ କାମଦେବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶରତ ମିଶ୍ର, ମିନତି ମିଶ୍ର, ସୁକାନ୍ତ ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ଡକ୍ଟର ସସ୍ମିତା ମିଶ୍ର, ଡକ୍ଟର ଅଶୋକ ମହାନ୍ତି, ସର୍ବାଣୀ ଦାସ, ଦେବୀପ୍ରସନ୍ନ ନନ୍ଦ, କୃଷ୍ଣଚନ୍ଦ୍ର ରଥ, ଡକ୍ଟର ସୁଚିତ୍ରା ରଥ, ବିଚିତ୍ରା ଦାଶ, ଯୋଗେଶ୍ଵର ପ୍ରହରାଜ, ବିପିନ ବିହାରୀ ଦଳାଇ, ଶତ୍ରୁଘ୍ନ ସାହୁ ଏବଂ ଅଜୟ ପ୍ରଧାନଙ୍କ ବନ୍ଧୁ ପରିଜନ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *