ସଂଯୋଗୀ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ସମାରୋହ

ଘଟଗାଁ ୭ l ୬ : ଓଡ଼ିଶାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଘଟଗାଁସ୍ଥିତ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ସମାରୋହ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ଉପେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଜଗସିଂହପୁର ଜିଲ୍ଲାର କବି,ସଂଗଠକ , ସମାଜସେବୀ ତଥା ସଂପାଦକ ଡ଼ ବସନ୍ତ ମଞ୍ଜରୀ ଦାଶ ମୁଖ୍ୟ ଅତିଥି , ଜ୍ୟୋତି ବିହାର ବିଶ୍ୱ ବିଦ୍ୟାଳୟ ବୁର୍ଲା , ସମ୍ବଲପୁରର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ଡ଼ ସୁନିତୀ ଦେବତା ମୁଖ୍ୟ ବକ୍ତା, କେନ୍ଦୁଝର ମିଳନୀ ସାହିତ୍ୟ ସଂସଦର ସଭାପତି ତଥା ବରିଷ୍ଠ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ, ମାଲକାନଗିରିର ଯୁବ କବି ଦିଗମ୍ବର ବେହେରା ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସଂସ୍କୃତି ,ପରମ୍ପରା ଓ ଐତିହ୍ୟ ଉପରେ ଆଲୋକପାତ କରିବା ସହିତ ସଂଯୋଗୀ ସାହିତ୍ୟ ସଂସଦର ଅଭିନବ କାର୍ଯ୍ୟକ୍ରମ ଆସ କିଛି ଶିଖିବା ଓ ଶିଖାଇବା ତଥା ଆସ କିଛି ଜାଣିବା ଓ ଜଣାଇବା ମାଧ୍ୟମରେ କର୍ମଶାଳା ଆୟୋଜନକୁ ଭୁରି ଭୁରି ପ୍ରଶଂସା କରିଥିଲେ l ମଞ୍ଚ ସଂଯୋଜନା କରିଥିଲେ ନୟାଗଡ଼ ଜିଲ୍ଲାର ଯୁବ କବି ଲିସନ ମହାନ୍ତି ଓ ଜଗତସିଂହପୁର ଜିଲ୍ଲାର ଯୁବ କବି ତପନ କୁମାର ବେହେରା l ଏହି ଅବସରରେ ଅନୁଷ୍ଠାନ ଦ୍ବାରା ପ୍ରକାଶିତ ଓଡ଼ିଶାର ବିଭିନ୍ନ ଅଂଚଳରୁ ସ୍ରଷ୍ଟାଙ୍କ ୧ ୨ ଖଣ୍ଡ ସଂକ୍ଷିପ୍ତ କାବ୍ୟ ଅନ୍ତାକ୍ଷରୀ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କୃତି ସାରସ୍ବତ ସ୍ରଷ୍ଟା ମାନଙ୍କ ମଧ୍ୟରୁ ୨୩ ଜଣ କୃତୀ ସାରସ୍ୱତ ସ୍ରଷ୍ଟା ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ମାନସ ପୀଠ କେନ୍ଦୁଝର ତରଫରୁ ପ୍ରସ୍ତୁତ ଅଭିନବ ଅଭିନନ୍ଦନିକା ଗ୍ରନ୍ଥ ସ୍ରଷ୍ଟା ସ୍ରୋତସ୍ବିନୀ ଲୋକାର୍ପଣ କରି ସଂସଦର ସମ୍ପାଦକ ବାବୁଲାଲ ପଲେଇଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଥିଲା l ବଲାଙ୍ଗୀର ଜିଲ୍ଲାର ମଞ୍ଚ କଳାକାର କଂସ ମହାରାଜ ଅକ୍ଷୟ କୁମାର ଭୋଇ ଓ ତାଙ୍କ ସାଥୀଙ୍କ ଦ୍ୱାରା କ୍ଷୁଦ୍ର ନାଟକ ପରିବେଶଣରେ ଉପସ୍ଥିତ କବି ଲେଖକ ବିମୋହିତ ହୋଇଥିଲେ l ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ତଥା ଶୁଭେଚ୍ଛୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ସନ୍ତୋଷ କୁମାର ପତି, ହୃଷିକେଶ ଦାସ, ଡମ୍ବରୁଧର ମହାନ୍ତ, କଣ୍ଡୁରୀ ଚରଣ ରାଉତ,ପୁଷ୍ପକ କୁମାର ବେହେରା, ପ୍ରିୟଦର୍ଶିନୀ ବାରିକ, ଦିବ୍ଯା ଭାରତୀ ପଲେଇ, ପରିନିତା ବେହେରା, ନରେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *