ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬
ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬ ର ଦ୍ଵିତୀୟ ଦିନର ଖେଳ : ୨-୧ ଗୋଲରେ କେରଳ ବିଜୟୀ ନୟାଗଡ ତା ୨୦.୧.୨୦୨୬ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ ୨୦୨୬ ମଙ୍ଗଳବାର ନୟାଗଡ ଖେଳ ପଡ଼ିଆରେ ଅନୁଷ୍ଠିତ ଦ୍ବିତୀୟ ଦିନର ଖେଳରେ କେରଳ ୨-୧ ଗୋଲରେ ଗଣ୍ଡରପୁର ଭୁବନେଶ୍ୱର ଠାରୁ ବିଜୟୀ ହୋଇଛି ଆଜିର ଏହି ଚିତ୍ତାକର୍ଷକ ଖେଳରେ କେରଳର ୧୦ ନଂ ଜର୍ଷିରେ ଖେଳୁଥିବା ଆଧିଥୀ କ୍ରିଷ୍ଣା ମ୍ୟାନ ଅଫ ମ୍ୟାଚ୍ ଘୋଷିତ ହୋଇ ପୁରସ୍କୃତ, ସେହିଭଳି କେରଳର ୬୭ ନଂ ଜର୍ଷିରେ ଖେଳୁଥିବା ମୁବାର୍ଲ୍ସ ବେଷ୍ଟ ସ୍କୋରର ହୋଇଛନ୍ତି|୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଳବ୍, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ନୟାଗଡ, ନୟାଗଡ କ୍ଳବର ମିଳିତ ସହଯୋଗରେ

ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ଅତିଥି ଭବେ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି , କ୍ରୀଡାବିତ୍ ରାଜା ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୂତି ଭୂଷଣ ସାହୁ ଡିଆଇବି ଡିଏସପି ଡ ଦୀନେଶ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀ ମାନଙ୍କ ସହ କରମର୍ଦନ କରିଥିଲେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ କମିଟି ପକ୍ଷରୁ ଇଂ ଶେଖ୍ ଇଶୁଫ, ହଜରତ ଅଲ୍ଲୀ, ଅନୱାର ଅଲ୍ଲୀ, ଶେଖ୍ ନଇମ, ସରିଫ ଖାଁ, ଅଶେଷ ଦାସ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ|ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଦ୍ଵିତୀୟ ଦିନ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ l
