ଗରିବ ର ଦୁଃଖ………….
ମାଆ ଖଟୁଅଛି ପର ଘରେ ମୂଲ
ଦାଦନ ଖଟୁଛି ବାପ,
ଚୁଲୀ ଜାଳି ଜାଳି ଝିଅ ହାତ କଳା
ଦରିଦ୍ରତା ଗୋଟେ ପାପ ।
ନେତା ମନ୍ତ୍ରୀ ମାନେ ଲୁଟୁଛି ସମ୍ବଳ
ଜୀବନ ତାର ଉଜ୍ଜ୍ୱଳ,
ଗରିବ ଦେହରୁ ଶୋଷି ନେଇ ବଳ
କରିଛି ଦାଣ୍ଡେ କାଙ୍ଗାଳ ।
ଗରୀବର ସାଥି କିଏ ଏଠି ହେବ
ଲୋଭରେ ସଭିଏଁ ଗ୍ରସ୍ତ,
ଶୂଳି ଚଢ଼ି ଲାଣି ମାନବ ପଣିଆ
ଧରମ ଟି ଆଜି ଅସ୍ତ ।

ରିପୋଟର -ହିମାନ୍ଦ୍ରି ମେହେର
