ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ରଶିଳ୍ପୀ ଶିବିର.. ନୀଳ ଶଇଳ
କାନଭାସ୍ ରେ ଶିଳ୍ପୀଙ୍କ ତୂଳୀରେ ଜୀବନ୍ତ ହୋଇଛି ଚିତ୍ରକଳା। ପ୍ରଖ୍ୟାତ ଚିତ୍ରଶିଳ୍ପୀ ମାନଙ୍କ ତୂଳୀରେ ଜୀବନ୍ତ ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା। ଶ୍ରୀମନ୍ଦିର ପରମ୍ପରା,, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ଶ୍ରୀକ୍ଷେତ୍ର ଉପରେ ଆଧାରିତ ଚିତ୍ରଶିଳ୍ପୀ ଶିବିର ନୀଳ ଶଇଳ ପୁରୀ ନୀଳାଦ୍ରୀ ଭକ୍ତନିବାସରେ ଉଦଘାଟନ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ରାଜ୍ୟସ୍ତରୀୟ ପଦ୍ମ ପୁରଷ୍କାର ପ୍ରାପ୍ତ ପ୍ରାୟ ୩୫ ଜଣ ପ୍ରଖ୍ୟାତ ଚିତ୍ରଶିଳ୍ପୀ ମାନେ ଯୋଗଦେଇ ମହାପ୍ରଭୁଙ୍କ ସଂସ୍କୃତିକୁ କାନଭାସ୍ ରେ ରୁଦ୍ଧିମନ୍ତ କରିବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାର ପ୍ରଚାରପ୍ରସାର କରିଛନ୍ତି।କଳା ପ୍ରିୟ ଠାକୁର ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଉ ସେହି କଳାକୁ ବୃତ୍ତି କରିଥିବା ଓଡିଶାର ପଦ୍ମ,, ଜାତୀୟ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ମାନେ ଏହି ଚିତ୍ରକଳା ଶିବିରରେ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ କାନଭାସ୍ ରେ ଆଙ୍କିଥିଲେ। ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ନିର୍ମିତ ଫଟୋଚିତ୍ର ବା କାନଭାସ୍ ବା ପେଣ୍ଟିଂ ଗୁଡିକ ଏକ କଫି ଟେବୁଲ୍ ବୁକ୍ ଆକାରରେ ପ୍ରକାଶନ କରାଯିବ ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଏହି କାର୍ଯ୍ୟକ୍ରମ ପୁରୀକୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସହର ଭାବେ ପ୍ରଚାର ପାଇଁ ଆଗକୁ ନେବାସହ ଉଦଯାପନୀ ଦିବସରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ସଂସ୍କୃତି ମନ୍ତ୍ରୀ ସୂର୍ଜ୍ୟବଂଶୀ ସୂରଜ,,ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେବେ। ସେପଟେ ନୀଳାଦ୍ରୀ ଭକ୍ତନିବାସରେ ପୁରୀ ସହରବାସୀ ମାନେ ଏହି ଫଟୋଚିତ୍ରକୁ ଦେଖିବାର ସୁଯୋଗ ପାଇବା ସହ ଲଳିତକଳା ଏକାଡେମୀରେ ମଧ୍ୟ ଏହାକୁ ସ୍ଥାନିତ କରାଯିବ କହିଛନ୍ତି ପରିଚାଳନା କମିଟିର ସଦସ୍ୟ ମଧୁସୂଦନ ସିଂହାରୀ।

ସେପଟେ ପୁରୀ ଆସି ମହାପ୍ରଭୁଙ୍କ କ୍ଷେତ୍ରରେ ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରାକୁ ନିଜ କାନଭାସ୍ ରେ ଆଙ୍କିବା ସୌଭାଗ୍ୟ ବୋଲି କହିଛନ୍ତି ପ୍ରଖ୍ୟାତ ଚିତ୍ରଶିଳ୍ପୀ ମାନେ। କିଏ ଶ୍ରୀମନ୍ଦିରର ଛବି କାନଭାସ୍ ରେ ଆଙ୍କିଛି ତ କିଏ ବିଶ୍ୱାବସୁଙ୍କ କାହାଣୀକୁ ନିଜ କାନଭାସ୍ ରେ ଆଙ୍କି ପୌରାଣିକ କଥାକୁ ଉଦଜୀବିତ କରିଛି। ନିଜକାନଭାସ୍ ରେ ଫଟୋଚିତ୍ରକୁ ଆଙ୍କିବା ପୂର୍ବରୁ ଶିଳ୍ପୀମାନେ ନିଜ ମନକୁ ଓ ଭାବନାରେ ଜଗନ୍ନାଥ ସଂସ୍କୃତି ପରମ୍ପରା ରହିଥିବା ମତ ପ୍ରକାଶ କରିଛନ୍ତି। ତେବେ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଫଟୋଚିତ୍ରକୁ ରାଜ୍ୟ ଓ ରାଜ୍ୟ ବାହାରେ ସ୍ଥାନିତ କରାଯାଇ ମହାପ୍ରଭୁଙ୍କ ପ୍ରଚାରପ୍ରସାର ଦିଗରେ ଏହା ଏକ ବଡ ଉଦ୍ୟମ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଅନ୍ୟପଟେ ଆଜିର ଯୁବପିଢ଼ି ମାନେ ଆଧ୍ୟାତ୍ମିକ ଦିଗରେ ଯାଇ ମହାପ୍ରଭୁଙ୍କ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବିଷୟରେ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ଚିତ୍ରଶିଳ୍ପୀ ଶିବିରରେ ଅଂଶଗ୍ରହଣ କରିଥିବା ପ୍ରଖ୍ୟାତ ଶିଳ୍ପ ମାନେ। ୨୦୧୪ରେ ନବକଳେବର ପୂର୍ବରୁ ଚିତ୍ରଶିଳ୍ପୀ ଶିବିର ନୀଳକନ୍ଦର ନାମରେ ନାମିତ ହୋଇଥିବା ବେଳେ ଏବେ ନୀଳଶୈଳ ନାମରେ ହେଉଛି ଏହି ଭବ୍ୟ ଶିବିର,,,ଯାହାକି ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ଉପରେ ଆଧାରିତ
