ଜଣେ ଅଟୋ ଚାଳକର ଅଟୋରୁ ଆଉ ଜଣେ ଅଟୋ ଚାଳକ ଟଙ୍କା ଚୋରି
ଜଣେ ଅଟୋ ଚାଳକର ଅଟୋରୁ ଆଉ ଜଣେ ଅଟୋ ଚାଳକ ଟଙ୍କା ଚୋରି କରି ସିସି କେମେରା ରେ ଚିହ୍ନଟ ହେବା ପରେ ଟାଉନ ଥାନା ପୋଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଗତ ତା. ୨୬.୧୦.୨୫ ରିଖ ରାତି ପ୍ରାୟ ୧୨.୩୦ ବେଳେ ମାଟିତୁଟା ର ଅଟୋ ଚାଳକ ନୃସିଂହ ଜୟସିଂହ(୪୫) , ତାଙ୍କ ଅଟୋ କୁ ମରିଚ କୋଟ ଛକ ନିକଟରେ ରଖି ଯାତ୍ରୀ ଆଣିବାକୁ ଆଗକୁ ଯାଇଥିବା ବେଳେ ଗୋଖାସାହୀ ର ଅନ୍ୟ ଏକ ଅଟୋ ଚାଳକ ତାଙ୍କର ଅଟୋରୁ ଟଙ୍କା ବ୍ୟାଗ୍ ଟିକୁ ଚୋରି କରି ନେଇଯାଇଥିଲା । ସେଥିରେ ତାଙ୍କର ୨୫୦୦ ଟଙ୍କା ଓ ଡିଏଲ ଥିଲା। ସେ ତାଙ୍କର ଟଙ୍କା ବ୍ୟାଗ୍ ନ ପାଇବାରୁ , ତା ପରଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଟାଉନ ଥାନାରେ ଗୋଟିଏ ଚୋରି ମାମଲା ରୁଜୁ କରାଯାଇ, ତଦନ୍ତ କରାଯାଇଥିଲା। ଘଟଣା ସ୍ଥଳରେ ଥିବା ସିସି କେମେରା ଯାଞ୍ଚରୁ ଚୋରକୁ ଚିହ୍ନଟ କରାଯାଇଥିଲା। ତାକୁ ଗିରଫ କରାଯିବା ସହ ତାଠାରୁ ଚୋରି ଟଂକା ଏବଂ ଅଭିଯୋଗକାରୀ ର ଡିଏଲ ଜବତି କରାଯାଇଛି। ଗତକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଯାମିନି ନାମାଞ୍ଜୁର ହେବାରୁ ତାକୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ତାଙ୍କ ନାମରେ ପୂର୍ବରୁ ଆକ୍ରମଣ, ଦାଦାବଟି, ଚୋରି ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୫୬୯/୨୦୨୫, ଦଫା-୩୦୩(୨) ଭାରତୀୟ ନ୍ୟାୟ ସଂହିତା *ଅପରାଧୀଙ୍କ ନାମ* :୧) କୟା ବେହେରା (୨୯), ଗୋଖାସାହୀ, ବାସେଳିସାହୀ, ପୁରୀ । *ଜବଦ୍ ସାମଗ୍ରୀ* :୧) ଅଭିଯୋଗକାରୀର ଡିଏଲ୨) ୨୫୦୦ ଟଙ୍କା l
