ବ୍ୟାସନଗର ର ମହିଳା ସଶକ୍ତ କରଣ ର ଉଦ୍ହାରଣ ସ୍ଵର୍ଗତା ପ୍ରତିଭା ମହାନ୍ତି ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଆଲୋଚନା ସଭା
ବ୍ୟାସନଗର ର ମହିଳା ସଶକ୍ତ କରଣ ର ଉଦ୍ହାରଣ ସ୍ଵର୍ଗତା ପ୍ରତିଭା ମହାନ୍ତି ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଆଲୋଚନା ସଭା ରେ ମତ ପ୍ରକାଶ ବ୍ୟାସନଗର ପୌରପାଳିକା ର ପ୍ରଥମ ମହିଳା କାଉନସିଲର ସ୍ୱର୍ଗତା ପ୍ରତିଭା ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଯାଜପୁର ରୋଡ ସିଭିଲ ସୋସାଇଟି ତରଫରୁ ଏକ ଶ୍ରଦ୍ଧାଞ୍ଜଳି, ଆଲୋଚନା ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସୋସାଇଟି ର ଆବାହକ ବିବେକାନନ୍ଦ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବରେ କୋରେଇ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ପ୍ରତିଭା ମହାନ୍ତି ଖାଲି ବ୍ୟାସନଗର ମହିଳା ସଶକ୍ତ କରଣ ଉଦ୍ ହରଣ ନୁହନ୍ତି ବରଂ ଯାଜପୁର ଜିଲ୍ଲା ର ଅନନ୍ୟ ପ୍ରତିଭା ବୋଲି ପ୍ରକାଶ କରିଥିଲେ। ୬୨ବର୍ଷ ପୂର୍ବରୁ ୧୯୬୪ ମସିହାରେ ସେ ପ୍ରଥମ ଥର ୨୮ ବର୍ଷ ରେ ମହିଳା କାଉନସିଲର ଭାବରେ ନିର୍ବାଚିତ ହୋଇ ଥିଲେ ଯେତେବେଳେ ଗୋଟାଏ ବର୍ଷ ପୂର୍ବରୁ ତାଙ୍କର ସ୍ୱାମୀ ସେତେବେଳର ବିଶିଷ୍ଟ ଓକିଲ ରାଜନୀତିଜ୍ଞ ଓ ସମାଜ ସେବୀ ସ୍ଵର୍ଗତ ଶଶିଭୂଷଣ ମହାନ୍ତି ଏକ ରାସ୍ତା ଦୁର୍ଘଟଣା ରେ ପ୍ରାଣ ହରାଇ ଥିଲେ। ସେଇ ମହିୟସୀ ମହିଳା ଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ରେ ସହର ର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଓ ବିଭିନ୍ନ ବର୍ଗ ର ସଂଗଠକ ବ୍ୟକ୍ତି ଵିଶେଷ କୁ ନେଇ ସଭା ଆୟୋଜନ ଆୟୋଜନ କରିଥିବାରୁ ସିଭିଲ ସୋସାଇଟୀ ର ଭୂୟସୀ ପ୍ରଂଶସା କରିଥିଲେ। ସଭାରେ ମୂଖ୍ୟ ବକ୍ତା ଭାବରେ ଓଡିଶା ର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ଷୀୟାନ ଜନ ନେତା ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗ ଦେଇ ସ୍ଵର୍ଗତା ପ୍ରତିଭା ମହାନ୍ତି ଙ୍କ ସହିତ ତାଙ୍କର ସମ୍ପର୍କ ଏଵଂ ତାଙ୍କର ବ୍ୟବହାର ଓ ଆଚରଣ ଉପରେ ଆଲୋକ ପାତ କରିଥିଲେ। ତାଙ୍କର ସ୍ୱାମୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ଛାତ୍ର ରାଜନୀତି ରୁ ପ୍ରତ୍ୟେକ୍ଷ ରାଜନୀତିକୁ ୧୯୬୭ ମସିହାରେ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏଵଂ ଶଶୀଭୂଷଣ ଆରମ୍ଭ କରିଥିବା ସହରର ଶିକ୍ଷାନୁଷ୍ଠାନ ଶଶୀଭୂଷଣ ବାଳିକା ବିଦ୍ୟାଳୟ, ବ୍ୟାସନଗର କଲେଜ, ବ୍ୟାସନଗର ସବୁଜ ସଙ୍ଘ, ବସ୍ ଷ୍ଟାଣ୍ଡ କାଳୀପୂଜା କମିଟି ଏହିପରି ବିଭିନ୍ନ ଅନୁଷ୍ଠାନ କୁ ସେ ରୂପରେଖ ଦେବାରେ ପ୍ରଚେଷ୍ଠା କରିଥିଲେ। ପ୍ରତିଭା ମହାନ୍ତି ଙ୍କ ବିଷୟରେ ଆଲୋଚନା ହେଲେ ବ୍ୟାସନଗର ର ଇତିହାସ ଆଲୋଚନା ହେବ। ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ପୌରଧ୍ୟକ୍ଷ ତଥା ଜିଲ୍ଲା କ୍ରୀଡ଼ା ସଂସଦ ର କାର୍ଯ୍ୟକାରି ସଭାପତି ରସାନନ୍ଦ ମହାନ୍ତି, ପୂର୍ବତନ ପୌର ଅଧ୍ୟକ୍ଷା ଶ୍ରୀମତୀ ବନ୍ଦିତା ପରିଡ଼ା, ପୂର୍ବତନ ପୌର ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ୍, ପୂର୍ବତନ କାଉନସିଲର ବିଶିଷ୍ଟ ଶ୍ରମିକ ନେତା ପ୍ରଫୁଲ୍ଲ କୁମାର ନାୟକ , ନବ ଉତ୍କଳ ମହିଳା ସମିତି ର ସମ୍ପାଦିକା ଜୟନ୍ତୀ ଜେନା ପ୍ରମୁଖ ସ୍ଵର୍ଗତା ମହାନ୍ତି ଙ୍କ ବ୍ୟାସନଗର କୁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଟିକସ ଓକିଲ ସଙ୍ଘ ର ସମ୍ପାଦକ ଧନେଶ୍ୱର ବାରିକ୍ ଅତିଥି ପରିଚୟ କରିଥିଲେ ଏବଂ ତାଙ୍କର ପୂତ୍ର ବିଜେପି ନେତା ସତ୍ୟ ନାରାୟଣ ମହାନ୍ତି ତାଙ୍କ ର ତ୍ୟାଗମୟ ତଥା ସଂଘର୍ଷ ପୂର୍ଣ୍ଣ ଜୀବନୀ ଉପରେ ବିବରଣୀ ରଖିଥିଲେ। ସଭାରେ ଅଧ୍ୟାପିକା ପୁଷ୍ପଲତା ଜେନା ଓ ତାଙ୍କ ସାନ ଝିଅ ଇତିଶ୍ରୀ ମହାନ୍ତି କବିତା ପାଠ କରିଥିଲେ। ସଭାରେ ପୂର୍ବତନ କାଉନ୍ସିଲର୍ ଅଶୋକ ରାଉତ ଙ୍କ ସହଧର୍ମିଣୀ ନଳିନୀ ପ୍ରଭା ରାଉତ, ପୂର୍ବତନ ପୋଲିସ ଅଫିସର ପ୍ରତାପ ସାମଲ ବିଶିଷ୍ଟ ଆଇନଜୀବୀ ମଦନ ମୋହନ ସ୍ୱାଇଁ ଙ୍କ ଝିଅ ମଧୁସ୍ମିତା ଦାସ୍ ଙ୍କ ସହିତ ବିଭିନ୍ନ ସ୍କୁଲ୍ ପ୍ରତିଷ୍ଠା କରିଥିବା ମହିଳା ବ୍ୟାସ ପବ୍ଲିକ ସ୍କୁଲ୍ ର ଉଷାମଞ୍ଜରୀ ସାହୁ, ନୃତ୍ୟୟନା ସ୍କୁଲ୍ ର ସାଗରିକା ନାୟକ, କେମ୍ବ୍ରିଜ ସ୍କୁଲ୍ ର ପ୍ରୀତି ଚୌରାଶିଆ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇ ଥିଲା। ଶିକ୍ଷୟତ୍ରୀ ରଞ୍ଜିତା ପଟ୍ଟନାୟକ,ମହିଳା ଓକିଲ ଗୀତା ରାଣୀ ପରିଡ଼ା, ହେମାଙ୍ଗିନି ମହାନ୍ତି, କାଉନ୍ସିଲର୍ ରଶ୍ମିତା ରାଉତ, ଇନ୍ସୁରାନ୍ସ ପ୍ରତିନିଧୀ ନିବେଦିତା ଶର୍ମା ଏଵଂ ସ୍ଵର୍ଗତା ମହାନ୍ତି ଙ୍କ ଭାଇ ପୂର୍ବତନ ପୋଲିସ କମାନ୍ଦଣ୍ଟ ପ୍ରସନ୍ନ କୁମାର ଦାସ ଙ୍କୁ ଅତିଥି ସଭାରେ ସମ୍ବର୍ଦ୍ଧିତ କରିଥିଲେ। ସସ୍ମିତା ସ୍ବାଇଁ ମଞ୍ଚ ଆମନ୍ତ୍ରଣ କରିଥିଲାବେଳେ ଜିଲ୍ଲା ଲେଖିକା ସଂସଦ ର ସମ୍ପାଦିକା ବ୍ରଜେଶ୍ୱରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବହୁ ମହିଳା, ବୁଦ୍ଧିଜୀବି, ସାହିତ୍ୟିକ, ଲେଖିକା, ଆଇନଜୀବୀ, ବରିଷ୍ଟ ନାଗରିକ, ବଣିଜ ସଙ୍ଘ, କିନ୍ନର ସଂଘ ର କାର୍ଯ୍ୟକର୍ତ୍ତା ଙ୍କ ସହିତ ସ୍ଵର୍ଗତା ମହାନ୍ତି ଙ୍କ ପରିବାର ଓ ବନ୍ଧୁ ମାନେ ଉପସ୍ଥିତ ଥିଲେ।
