ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

Date-23/05/26*+ ଦୁଇ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତଆଙ୍କର-ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର +୨ ଫଳାଫଳ ବେଶ ଉଚ୍ଚ କୋଟିର ହୋଇଛି । ଏହି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଉଛି । ବାଣିଜ୍ୟରେ ଅଫସିନ ଅଲ୍ଲୀ ଖାନ ୬୦୦ ରୁ ୫୭୩ ମାର୍କ ରଖି କଲେଜ ଓ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଅଫସିନ ଏସଭିଏମ କଲେଜରେ ପାଠ ପଢ଼ୁଥିବା ବେଳେ ସ୍ଥାନିୟ ପାଇଓନିୟର କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ । ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି ।ଭବିଷ୍ୟତରେ ସେ କଷ୍ଟ ଆକାଉଣ୍ଟିଙ୍ଗ କରିବେ ବୋଲି କହିଛନ୍ତି । ସେହିପରି ବିଜ୍ଞାନରେ ଓମ ପ୍ରକାଶ ସ୍ବାଇଁ ୬୦୦ ରୁ ୫୮୭ ନମ୍ବର ରଖି କଲେଜ ଓ ଜିଲ୍ଲା ଟପର ହୋଇଛନ୍ତି । ଓମ ପ୍ରକାଶ ଏସଭିଏମ କଲେଜରେ ପାଠ ପଢ଼ୁଥିବା ବେଳେ ସ୍କଲାର କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ । ଭବିଷ୍ୟତରେ ସେ ଡାକ୍ତର ହେବି ବୋଲି ଲକ୍ଷ୍ୟ ରଖିଛନ୍ତି ।ବାଇଟ୧-ଅଫସିନ ଅଲ୍ଲୀ ଖାନ (ଛାତ୍ରୀ)ବାଇଟ୨-ଓମ ପ୍ରକାଶ ସ୍ବାଇଁ (ଛାତ୍ର)ବାଇଟ୩-ଦିଲ୍ଲୀପ ଜେନା (ଅଧ୍ୟାପକ)ବାଇଟ୪-ତପନ ମଲ୍ଲିକ (ଅଧ୍ୟାପକ)ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *