ସେବାରେ ଜୀବନ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଗୁରୁ ଦିବସପାଳନ

ସେବାରେ ଜୀବନ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଗୁରୁ ଦିବସପାଳନ l
ସେବାରେ ଜୀବନ ଟ୍ରଷ୍ଟର ଗୁରୁ ପୂଜନ କାର୍ଯ୍ୟକ୍ରମ ସହ ବାର୍ଷିକ ଉତ୍ସବ ସଂସ୍କୃତି ଉତ୍ସବ ପାଳନ ହୋଇଯାଇଛି l ଓଁ ପ୍ରକାଶ ମହାନ୍ତି ଏଥିରେ ସଭାପତି ତ୍ବ କରିଥିଲେ l ପ୍ରାରମ୍ଭରେ ବେଦ ପାଠ ସହ କଣ୍ଠ ଶିଳ୍ପୀ ଅଭିଲିପସା ଦାଶ ଗୁରୁ ବନ୍ଦନା ଗାନ କରିଥିଲେ l ସମ୍ପାଦକ ଅଂଶୁମାନ ଜେନା ବିବରଣୀ ପାଠ କରିଥିଲେ l ଦୟାନିଧି ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସଭା ସଂଚାଳନ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ଅଧ୍ୟlପକ ଡ଼. ବଳରାମ ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ lମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରାର ପବିତ୍ରତା, ଆଶ୍ରମର ଗୁରୁ ପୂଜନ ତଥା ସେବା ସମର୍ପଣ ମାଧ୍ୟମରେ ହିଁ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତl ରୂପେ ରାଜଧାନୀ ମହାବିଦ୍ୟାଳୟର ପ୍ରlକ୍ତନ ଅଧ୍ୟକ୍ଷ ଡ଼. ଅଭିମନ୍ୟୁ ଭୂୟାଁ, ସମ୍ମାନୀତ ଅତିଥି ରୂପେ ମହିଳା ସରକାରୀ ମହାବିଦ୍ୟାଳୟ ପୁରୀର ଗଣିତ ବିଭାଗର ମୁଖ୍ୟ ଡ଼ ଅଭିଷେକ ଶତପଥୀ, ଚୁନରା ସେବାୟତ ଡ଼. ଶରତ କୁମାର ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମଲାଭ ପଣ୍ଡା ଯୋଗ ଦେଇ ଗୁରୁ ଦିବସର ମାହାତ୍ମ୍ୟ, ବେଦ ପୁରାଣ ଯୁଗରୁ ଏହିପ୍ରଥା ପ୍ରଚଳିତ ବୋଲି ମତ ଦେଇ ଆଦର୍ଶ ଗୁରୁ ବଶିଷ୍ଟ, ବିଶ୍ଵାମିତ୍ର ବାଲ୍ମୀକି ସନ୍ଦୀପନିଙ୍କର ମହାନତା ସମ୍ପର୍କରେ ଆଲୋକପlତ କରିଥିଲେ l ବରିଷ୍ଟ ଗୁରୁ ଗୌରବସେବା ସମ୍ବର୍ଦ୍ଧନା ସମ୍ମାନ 2024ଡାକ୍ତର ଗୋପାଳ କୃଷ୍ଣ କରଙ୍କୁ ପ୍ରଦାନ କରାଯାଇଥିଲା l କୃତି ଶିକ୍ଷକ ରମା କାନ୍ତ କର, ଅର୍ଚ୍ଚନା ରାୟ, ନିବେଦିତା ଦାସ, ଶୁଭଶ୍ରୀ ସିଂହ, ବଳରାମ ଦାଶ, ବୀଣାପାଣି କର, ଅରୁଣ ପଣ୍ଡା, ପ୍ରଦୀପ ଚନ୍ଦ୍ର ଅlଚlର୍ଯ୍ୟ, ଅନ୍ନପୂର୍ଣ୍ଣା କର,ଡ଼. ଶଶୀକାନ୍ତ ରଥ,ରାଜେଶ ମହାପାତ୍ର, ସୌମ୍ୟ ରଞ୍ଜନ ପଣ୍ଡା,ପ୍ରମୁଖ 25 ଜଣ ଗୁରୁଙ୍କୁ ଶିକ୍ଷକ (ଗୁରୁ )ଗୌରବ ସେବା ସମ୍ବର୍ଦ୍ଧନା ସମ୍ମାନ 2024ପ୍ରଦାନ କରାଯାଇଥିଲା l ପଣ୍ଡିତ ଦୟାନିଧି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l ସେବାରେ ଜୀବନର ସ୍ବେଛାସେବୀ ସମ୍ପାଦକ ଓ ସଭାପତିଙ୍କ ସହ ସ୍ବେଚ୍ଛାସେବୀ ଦିବ୍ୟଜ୍ୟୋତି ପଣ୍ଡା, ସୂର୍ଯ୍ୟ ନାରାୟଣ, ଅମରଜ୍ୟୋତି ପଣ୍ଡା, ଅମରଜିତ୍ ପ୍ରଧାନ ଆଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *