ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ।
ପୁରୀ ୩୦/୧୦ ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗ ରେ ଆୟୋଜିତ ଏହି ଶୋଭାଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚି ଲୋକ ମାନ ଙ୍କୁ ଦୁର୍ନୀତି ନିବାରଣ ସଂପର୍କରେ ସଚେତନ କରାଇଥିଲା।ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଓ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ର ଉପ ଆରକ୍ଷୀ ଅଧିକ୍ଷକ ସୋମନାଥ ବାରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଉପସ୍ଥିତ ଙ୍କୁ ସମ୍ବୋଧିତ କରି ଏହି ବରିଷ୍ଠ ଅଧିକାରୀ ମାନେ ଦୁର୍ନୀତି ଭଳି ଏକ ସାମାଜିକ ବ୍ୟାଧି ର ମୂଳୋତ୍ପାଟନ ପାଇଁ ସଚେତନତା ହିଁ ଏକ ମାତ୍ର ବିକଳ୍ପ ବୋଲି କହିଥିଲେ।

ଅଧିକାରୀ ବା କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଲୋଭ,ଅନ୍ୟାୟ ଉପାୟରେ ଅର୍ଥ ଆହରଣ ଓ ହଠାତ ବଡଲୋକ ହେବାର ମାନସିକତା କୁ ପରିହାର କରି ସାଧୁତାର ସହ କାର୍ଯ୍ୟ କଲେ ସମାଜ ଶୃଙ୍ଖଳିତ ଓ ଦୁର୍ନୀତି ମୁକ୍ତ ହୋଇ ପାରିବ ବୋଲି ସେମାନେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୋଭାଯାତ୍ରାରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ସମାଜ କଲ୍ୟାଣ ବିଭାଗର ଅଧିକାରୀ, କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନେ ଯୋଗ ଦେଇଥିଲେ।
