ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ ଓ ଅନ୍ୟଜଣେ ଗୁରୁତର
ଭଦ୍ରକ :୨୦/୧୧:- ଭଦ୍ରକ ଗ୍ରାମଚଳ ଥାନା ଅନ୍ତର୍ଗତ ରାଣୀତାଲ ଛକରେ ଆଜି ଅପରାହ୍ନରେ ଏକ ଟ୍ରକ ସ୍କୁଟିକୁ ଧକ୍କା ମାରିବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତରକୁ ସ୍ଥାନୀୟ ଲୋକେ ଦମକଳ ସାହାଯ୍ୟରେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି! ସୂଚନା ଅନୁସାରେ ସିମୁଳିଆ ବ୍ଲକର ଅବଜୁଣା ପଂଚାୟତର ରାମକୃଷ୍ଣପୁର ଗ୍ରାମର ବିଜୟ ଦଳେଇ (50) ଓ ନରେନ୍ଦ୍ର ଜେନା (32)ଏକ ସ୍କୁଟି OD 22 J 9853ରେ ରାଣୀତାଲରୁ ଚରମ୍ପା ଆଡ଼କୁ ଯାଉଥିବା ବେଳେ ହଠାତ ଏକ ଟ୍ରକ OR 01 T4999 ଟ୍ରକଟି ନିୟନ୍ତ୍ରଣ ହରାଇ ସ୍କୁଟିକୁ ପଛରୁ ଧକ୍କା ମାରିଥିଲା! ଗାଡ଼ିରୁ ଛିଟିକି ପଡିବାରୁ ଗାଡି ଚାଳକ ବିଜୟର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଗୁରୁତର ନରେନ୍ଦ୍ରକୁ ଭଦ୍ରକ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
