ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଚିକିଟି, 19/4- ଚିକିଟି ବ୍ଲକ କୃଷ୍ଣ ପୁର ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି.ସକାଳ ସମୟ ରେ ମା ଙ୍କ ପିଠ ରେ ପୂଜା ଅର୍ଚ୍ଚନା କରି ପାରମ୍ପରିକ ଢୋଲ.ମହୁରୀ,ସଂକୀର୍ତନ ମଣ୍ଡଳୀ ସମେତ ଗ୍ରାମବାସୀ ଏହି ଶୁଭଖୁଣ୍ଟି ଆଣିବା ପାଇଁ ମାଉନ୍ଦ ଗ୍ରାମ ଅଭିମୁଖେ ବାହାରିଥିଲେ.ସେଠାରେ ସେମାନଙ୍କ ତରଫରୁ ପରମ୍ପରା ଅନୁଯାୟୀ ସ୍ୱାଗତକରି ଅଧିଷ୍ଠାତ୍ରୀ ଦେବୀ ମା ରତନେଇ ଙ୍କ ନିକଟ କୁ ନେଇ ପୂଜା ଆଶ୍ରିବାଦ ଭିକ୍ଷା କରାଯାଇଥିଲା.ମା ଙ୍କ ଆଶ୍ରିବାଦ ପରେ ପୂର୍ବ ନିର୍ଦ୍ଧାରିତ ତୋଟା ରେ ଥିବା ବାଉଁଶ କୁମ୍ବ ରେ ମା ଙ୍କ ଉଦ୍ଧେଶ୍ୟରେ ଶୁଭ ଖମ୍ବ ପାଇଁ

ମାଉନ୍ଦପୁର ବାସି ଶୁଭଖୁଣ୍ଟି ଚୟନ କରିବା ପରେ ପରମ୍ପରା ଅନୁଯାୟୀ ସେହି ଗ୍ରାମ ରେ ଖୁଣ୍ଟ କୁ ପୂଜା କରାଯାଇଛି.ଦୁଇ ଗ୍ରାମବାସୀ ରୀତି ଅନୁସାରେ ଏହା କୁ ନେଇ କୃଷ୍ଣପୂର ରେ ସ୍ଥାପନ କରିଛନ୍ତି.ମା ମୁକ୍ତାଦେବୀ ଙ୍କ ଏହି ଯାତ୍ରା ଆସନ୍ତା ଛଅ ରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଯୋଜନା ରହିଛି.

Leave a Reply

Your email address will not be published. Required fields are marked *