ଦାଦନ ଶ୍ରମିକ ଚୋରା ଚାଲାଣ ରୋକିବା ନେଇ ସଚେତନତା ଶିବିର
ଟିଟିଲାଗଡ଼ : ୪/୧୧ (ନି,ପ୍ର )ଆଜି ଟିଟିଲାଗଡ଼ ରେଳଷ୍ଟେସନ ପରିସର ରେ ଦାଦନ ଶ୍ରମିକ ଏବଂ ଶିଶୁ ଶ୍ରମିକ ଚାଲାଣ କୁ କିଭଳି ରୋକିବା ଏନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ଼ ଏସ୍ ,ଡ଼ି, ପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର , ଥାନାଧିକାରୀ ଶ୍ରୀଯୁକ୍ତ ମନୋଜ ପ୍ରଧାନ , ଟିଟିଲାଗଡ଼ ରେଳ ବିଭାଗ ଆର୍ ,ପି ,ଏଫ୍ ଥାନାଧିକାରୀ ଶ୍ରୀଯୁକ୍ତ ଡ଼ି,କେ, ମିଶ୍ର ଙ୍କ ସମେତ ବିଭିନ୍ନ ଏନ୍ ,ଜିଓ ସଂସ୍ଥା ବ୍ୟକ୍ତି ଏବଂ ଟିଟିଲାଗଡ଼ ର ଜନସାଧାରଣ ଉପସ୍ଥିତ ଥିଲେ । ରାଜ୍ୟ ରେ ଦାଦନ ଶ୍ରମିକ ଙ୍କୁ ରୋକିବା ଏବଂ ବାହାର ରାଜ୍ୟକୁ ନିର୍ଯାତିତ ହୋଇ ଗରିବ ଶ୍ରେଣୀର ର ଲୋକେ କିଭଳି କାମକରିଯିବେ ନାହିଁଁ ଏନେଇ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ମାନଙ୍କ ରେ ନିଶ୍ଚିତ କର୍ମନିଯୁକ୍ତି ଭଳି ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ କିଛି ଅମାନବିକତା ଦଲାଲ୍ ଅଧିକାରୀ ମାନେ ସେମାନଙ୍କୁ ଉଚିତ୍ ସମୟ ରେ କିମ୍ବା ଉଚିତ୍ ଟଙ୍କା ନଦେଇ ଗରିବ ଶ୍ରମିକଙ୍କ ଅଧିକାର କୁ ଛଡେଇ ନେବା ଭଳି ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ ତେଣୁ ବାଧ୍ୟ ହୋଇ ସେମାନେ ବାହାର ରାଜ୍ୟକୁ ବିଭିନ୍ନ ନିର୍ଯାତନା ସହିକି ମଧ୍ୟ କାମ କରିବାକୁ ଯାଇଥାନ୍ତି । ଏନେଇ ସରକାର ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କୁ ଦଣ୍ଡବିଧାନ କରିବା ସହ ସମସ୍ତ ଶ୍ରମିକ ଙ୍କୁ ତାଙ୍କର ଅଧିକାର ଯୋଗାଇ ବା କଥା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
