ବାବା ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଦୀର୍ଘ ଆଠ ଦିନ ଧରି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଗୁଲିପାଟଣା ସାହି ସ୍ଥିତ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେଶ୍ୱରଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପାଦିତ ହୋଇଯାଇଛି!ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ବାବା ବୈଦ୍ୟନାଥ ଙ୍କ ଦର୍ଶନ ନିମନ୍ତେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା 22 ତାରିଖରୁ 28ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିସର ରେ ଦିନକୁ ପ୍ରାୟ ଦଶ ହଜାର ଲୋକ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା!ପଡୋଶୀ ରାଜ୍ୟ ଛତିଶଗଡ ର ଶ୍ରଦ୍ଧାଳୁ ମଧ୍ୟ ଉକ୍ତ ମହୋତ୍ସବ ରେ ଯୋଗଦାନ ଦେଇଥିବା ଦେଖିବାକୁ ମିଳିଥିଲା!ମନ୍ଦିର କମିଟିର ସଭାପତି ତଥା ସମାଜସେବୀ, ବରିଷ୍ଠ ଓକିଲ ଜୟଦେବ ପରିଡା ଓ

ସମସ୍ତ ସଦସ୍ୟ ବହୁ ସୁଚାରୁ ରୂପେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କୁ ପରିଚାଳନା କରିଥିଲେ!ଦଳୀୟ ପ୍ରାର୍ଥୀ ଟିକେଟ ଘୋଷଣା ହେବାପରେ ନବରଙ୍ଗପୁର ସାଂସଦ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ, ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ବିଜେଡି ବିଧାୟକ ପ୍ରାର୍ଥୀ ନବୀନା ନାୟକ, ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସାଂସଦ ରମେଶ ମାଝୀ ବାବା ବୈଦ୍ୟନାଥ ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ |

Leave a Reply

Your email address will not be published. Required fields are marked *