ବ୍ୟାଙ୍କ ଏଟିଏମ୍ ଭଙ୍ଗା ଘଟଣାର ଯାଞ୍ଚ ଜାରି
ଭଦ୍ରକ :୧/୧୧- କେତେକ ଦୃର୍ବୁତ୍ତ ଆଖଣ୍ଡଳମଣି ପୀଠ ପ୍ରବେଶ ପଥ ନିକଟରେ ଥିବା ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିବା ପାଇଁ ଲକରକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିବା ଘଟଣାର ଯାଞ୍ଚ ବ୍ୟାଙ୍କ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ଆଜି ଆରମ୍ଭ କରିଛି। ରବିବାର ବ୍ୟାଙ୍କ ଛୁଟି ରହିଥିବାରୁ ଏହାର ସୁଯୋଗ ନେଇ ଦୃର୍ବୁତ୍ତମାନେ ଶନିବାର ରାତିରେ ଏପରି କାର୍ଯ୍ୟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏ ନେଇ ଆରଡି ଫାଣ୍ଡିରେ ଆଜି ଏକ ଏତଲା ଦିଆଯିବା ପରେ ପୁଲିସ ଦୃର୍ବୁତ୍ତମାନେ ଛାଡିଯାଇଥିବା ଗ୍ୟାସ୍ ସିଲିଣ୍ଡର, କଟର ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଆସି ମଧ୍ୟ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
