“ବାପୁଜୀ”

ରଜନୀକାନ୍ତ ରଥ,ରାଜନଗର।
ମନେପଡେ ବାପୁ ତୁମର
ଅହିଂସା ସଂଗ୍ରାମ ର କଥା।
କେତେ କଷଣ ସହି ଦେଶକୁ
ଆଣି ଦେଇଥିଲ ସ୍ୱାଧୀନତା।
ଅହିଂସା ଥିଲା ତୁମ ଜୀବନର
ମୂଳ ମନ୍ତ୍ର।
ତୁମେ ଦେଖିଥିଲ ରାମରାଜ୍ୟ ର ସ୍ବପ୍ନ।
ଏବେ ନାହିଁ ରାମ ରାଜ୍ୟ
ସବୁଆଡେ ରାବଣ ର ରାଜ୍ୟ।
ହିଂସା,ଦ୍ୱେଷ ଓ ପରଶ୍ରୀକାତରତା
ରାଜୁତି କରିଛି ସବୁ ଆଡେ।
ଛାର ପୋକ ଭଳି ଶୋଷି ଚାଲି ଛନ୍ତି ସରକାରୀ ଅର୍ଥ।
ଦେଶ ପଛେ ଚୁଲିକୁ ଯାଉ
ନେତା ଯନ୍ତ୍ରୀ ଲୁଟୁଛନ୍ତି ଖଣି ପାଣି
ଓ ରାସ୍ତା କୋଠା ବାଡି।
କୋଠା ଛାତ ଖସି ପଡୁଛି ଛାତ୍ର ଛାତ୍ରୀ ଓ ରୋଗୀଙ୍କ ଉପରେ
ଅକାଳେ ଯାଉଛି ଜୀବନ।
ହତ୍ୟା, ନରୀଧର୍ଷଣ ଓ ଲୁଣ୍ଠନ
ଘଟେ ନୀତି ପ୍ରତିଦିନ।
ସ୍ୱର୍ଗେ ଥାଇ ଦେଖ ବାପୁ
ରାବଣ ର ରାଜ।
ସଦବୁଦ୍ଧି ଦିଅ ହେ ବାପୁ ସେମାନଙ୍କୁ ଚାଲିବାକୁ ସତ୍ ମାର୍ଗରେ।

Leave a Reply

Your email address will not be published. Required fields are marked *