ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜୋନ ସ୍ତରିୟ ଜନସମ୍ପର୍କ ପଦଯାତ୍ରା।
ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜୋନ ସ୍ତରିୟ ଜନସମ୍ପର୍କ ପଦଯାତ୍ରା।
ସେବା ଓ ସ୍ଵାଭିମାନୀ ହେଉଛି ଆମ ମନ୍ତ୍ର, ବିକାଶ ଆମ ପରିଚୟ।
ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କର୍ମେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ବ୍ଲକ ୩୦ ନଂ ଜୋନ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମଗିରି ବ୍ଲକ ରାଏବିଧାର ପଞ୍ଚାୟତ ରାଏବିଧର ବଜାର ଠାରୁ ପ୍ରାୟ ଦୁଇ କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ଖଜୁରିଆ ବଜାର ଠାରେ ପହଞ୍ଚି ଏକ ବିଶାଳ ବାଇକ୍ ରାଲିରେ ଗାଁ କୁ ଗାଁ ବୁଲି ତଳମାଳ ମଙ୍ଗଳା ମନ୍ଦିର ଠାରେ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପରମ ପୂଜ୍ୟ ଜାତୀର ପିତା ମାହାତ୍ମ୍ୟା ଗାନ୍ଧି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ବ୍ରହ୍ମଗିରି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ଦାସବର୍ମା କହିଛନ୍ତି ବିଜେପିର ସଂସ୍କୃତି ଓ ପରିଚୟ ହେଉଛି ମିଛ। ସେମାନେ ମିଛ ପ୍ରତିଶୃତି, ମିଛ କାହାଣୀ କହି ଓଡ଼ିଶାରେ ଶାସନକୁ ଆସିଛନ୍ତି। ସେମାନେ ମିଛ କହି ନିର୍ବାଚନ ଜିତି ପାରନ୍ତି ଲୋକଙ୍କ ହୃଦୟ ନୁହେଁ। ୩୦୦ ୟୁନିଟ ବିଜୁଳି, ୩ ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ମା ମାନଙ୍କୁ ୫୦ ହଜାର ଟଙ୍କା ଆଦି ପ୍ରସଙ୍ଗରେ ବିଜେପି ମିଛ କହିଛି। ନିର୍ବାଚନ ସମୟରେ ହାତୀ ଦେବୁ, ଘୋଡ଼ା ଦେବୁ କହି ସେମାନେ ଭୋଟ ନେଲେ, ମାତ୍ର ନିର୍ବାଚନ ପରେ ସବୁକିଛି ଭୁଲିଗଲେ। ଏବେ ରାଜ୍ୟରେ ଦରଦାମ ବୃଦ୍ଧି ଚାଲିଥିବା ବେଳେ ମା ମାନେ ଥାନାରେ ବି ସୁରକ୍ଷିତ ନୁହଁନ୍ତି। ରାଜ୍ୟରେ ବିଜେପି ସରକାର ଉପରେ ଲୋକ ଭରସା କରିପାରୁ ନାହାନ୍ତି। ଏବେ ବିଜେପିର ମିଛ ଧରାପଡ଼ି ଯାଇଛି। ଆମ ସରକାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆଣିଥିଲେ। ଏହି ଯୋଜନାରେ କୋଟି କୋଟି ଲୋକ ସେବା ପାଉଥିଲେ।

ମାତ୍ର ଏବେ ରାଜ୍ୟ ସରକାର ଏହି ଯୋଜନାର ନାମ ବଦଲାଇ ଦେଇଛନ୍ତି। ଆପଣ ନାମ ଓ ରଙ୍ଗ ପରିବର୍ତ୍ତନ କରି ପାରନ୍ତି; ମାତ୍ର ଇତିହାସ କୁ କେବେ ବି ବଦଳାଇ ପାରିବେ ନାହିଁ। ସଂସଦ ଦ୍ୱାରା ସଂଶୋଧିତ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍, 2026 ଗୃହୀତ ହେବାରେ ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଏବଂ ଏହାର ପ୍ରାକୃତିକ ସମ୍ପଦ ଉପରେ ସାମ୍ବିଧାନିକ ଅଧିକାର ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରିବ। ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକୁ ଅସମାନ ଭାବରେ ପ୍ରଭାବିତ ହେବ। ଯାହା ଫଳରେ ଆମ ରାଜ୍ୟର ମାସକୁ 12 ହଜାର କୋଟି ବର୍ଷକୁ 1 ଲକ୍ଷ 20 ହଜାର କୋଟି ବ୍ୟାପକ ରାଜସ୍ୱ କ୍ଷତି ହେବ। ବିଜୁ ଜନତା ଦଳ ଏହାକୁ ସଂସଦରେ ବିରୋଧ କରିଛି। ଖଣିଜ ସମ୍ପଦକୁ ନେଇ ଓଡ଼ିଶାର ବିକାଶର ସ୍ଵପ୍ନକୁ କୁଠାର ଘାତ କରିଥିବା ଓଡ଼ିଶା ବିରୋଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେ଼ଇ ଯୋର ଦାର ହେବା ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ଘଟିବା, ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି, ମହିଳାଙ୍କୁ ସଶକ୍ତ କରିବା, ନିରାମୟ ଯୋଜନା, ଆହାର ଯୋଜନା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ଘରେ ଘରେ ୨୪ ଘଣ୍ଟିଆ ପିଇବା ପାଣି ଓ ଜାଗା ମିଶନ ଏବଂ ମୁକ୍ତା ଯୋଜନାରେ ମା ମାନଙ୍କୁ କାମ ଯୋଗାଇ ଦେବାରେ ସଫଳ ଥିଲେ ନବୀନ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା ସଭା ଶେଷରେ ଧନ୍ୟବାଦ ଜଣାଇ ସାଭା କାର୍ଯ୍ୟ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଜୁ ଜନତା ସଭାପତି ବିଦ୍ୟାଧର ସ୍ଵାଇଁ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ତଳମାଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠୋଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦାଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ନଳିନୀପ୍ରଭା ବରାଳ, ମହିଳା ନେତ୍ରୀ ସସ୍ମିତା ସାହୁ, ତଳମାଳ ପଞ୍ଚାୟତ ସରପଞ୍ଚ ଦୀନବନ୍ଧୁ ମହାପାତ୍ର, ମାନସି ହରିଚନ୍ଦନ, ବ୍ରହ୍ମଗିରି ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, ଯୁବ ନେତା ବିଜୟ କୁମାର ଦାଳାଇ, କୃଷ୍ଣଚନ୍ଦ୍ର ରାଉତ, ଜୟନ୍ତ କୁମାର ମାହାନ୍ତିଙ୍କ ସମେତ ବ୍ରହ୍ମଗିରି ବ୍ଲକ ୩୦ ନଂ ଜୋନର ବିଜୁ ଜନତା ଦଳର ଦଳୀୟ କର୍ମି, ବରିଷ୍ଟ ନେତୃବୃନ୍ଦ, ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ ଓ ନବନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
