ବର୍ଣ୍ଣବୋଧ ଓଡ଼ିଆ ଭାଷା ଓ ସାହିତ୍ୟର ଏନ୍ତୁଡ଼ିଶାଳ

ଭଦ୍ରକ: ୨/୧୦:- ଆଜି ଭଦ୍ରକ ସାଳନ୍ଦୀ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପ୍ରଥିତଯଶା ସାହିତ୍ୟିକ ଡ. ନରହରି ବେହେରାଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସମାରୋହ ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସାଧାରଣ ସଂପାଦକ ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟନ କରି ଡ. ନରହରି ବେହେରାଙ୍କ ରଚିତ ଦୁଇଟି ପୁସ୍ତକ ‘ଦୃଶ୍ୟ ଦୃଶ୍ୟାନ୍ତର ଓ ‘ଛବିଳ ଶିଶୁ ବର୍ଣ୍ଣବୋଧ’ କୁ ଉନ୍ମୋଚିତ କରିଥିଲେ ।ଏହି ସ୍ମୃତି ସମାରୋହରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *