ପବିତ୍ର ଗାନ୍ଧୀଜୟନ୍ତୀ ଉପଲକ୍ଷେ ଭୂମିକା ଚକ୍ଷୁ ହସ୍ପିଟାଲ ଆନୁକୂଲ୍ୟରେ ବିପଦବନ୍ଧୁ ସେବା ସଂଗଠନ ସହଯୋଗରେ କୋଲ୍ହ, ଅମରପୁର ନିତାଇଗୌର କୀର୍ତ୍ତନ ମଣ୍ଡପ ନିକଟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଭଦ୍ରକ, ତିହିଡି. ତା ୦୨/୧୦/୨୦୨୧ ରିଖ ପବିତ୍ର ଗାନ୍ଧୀଜୟନ୍ତୀ ଉପଲକ୍ଷେ ଭୂମିକା ଚକ୍ଷୁ ହସ୍ପିଟାଲ ଆନୁକୂଲ୍ୟରେ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ ମିଳିତ ସହଯୋଗରେ କୋଲ୍ହ, ଅମରପୁର ନିତାଇଗୌର କୀର୍ତ୍ତନ ମଣ୍ଡପ ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ଚକ୍ଷୁ ଚିକିତ୍ସା ଶିବିରରେ କୋଲ୍ହ ପଞ୍ଚାୟତର ସରପଞ୍ଚ ତିଳୋତମା ବେହେରା ଏବଂ ତିହିଡି ଥାନାର ଏସ. ଆଇ ପାର୍ଥ ବେହେରା ଫିତା କାଟି ପ୍ରଦୀପ ପ୍ରଜ୍ବଳନ କରି ସଂଗଠନର ଏହି ଶୁଭ କାର୍ଯ୍ୟଟିକୁ ଉଦ୍ଘାଟନ କରିଥିଲେ, ଉକ୍ତ ଶିବିରରେ କୋଲ୍ହ, ସିନ୍ଦୋଳ ଫତେପୁର ଏବଂ ବାରସର ପଞ୍ଚାୟତ ବହୁ ଚକ୍ଷୁ ରୋଗରେ ଆକ୍ରାନ୍ତ ହେଉଥିବା ବୃଦ୍ଧ ଓ ବୃଦ୍ଧା ଅଂଶଗ୍ରହଣ କରି ସେମାନେ ସେମାନଙ୍କର ଆଖିର ଯେକୌଣସି ସମସ୍ୟା ଡାକ୍ତରଙ୍କ ସହିତ ପରାମର୍ଶ କରି ସମାଧାନ କରିଥିଲେ, ଏହି ଚକ୍ଷୁ ଚିକିତ୍ସା ଶିବିରରେ ଭୂମିକା ଚକ୍ଷୁ ହସ୍ପିଟାଲର ଡାକ୍ତର ମୁକ୍ତିକାନ୍ତ ନାୟକ, କ୍ୟାମ୍ପ ମେନେଜର ରାମଚନ୍ଦ୍ର ବେହେରା, ପେସେଣ୍ଟ କେୟାର ମେନେଜର ନିରାକାର ଜେନା, ଏବଂ ନର୍ସିଙ୍ଗ ଷ୍ଟାଫ କାଜଲ ଚକ୍ରବର୍ତ୍ତୀ, ଦିପ୍ତିମୟୀ ଦାସ, ଶୁଭଲକ୍ଷ୍ମୀ ବାରିକ, ପ୍ରିୟଦର୍ଶନୀ ଓଝା ପ୍ରମୁଖ ବିଭିନ୍ନ ଅଞ୍ଚଳର ବୃଦ୍ଧ ବୃଦ୍ଧାମାନଙ୍କୁ ଆଖି ପରୀକ୍ଷା କରି ପରାମର୍ଶ ଦେବା ସହ ମୋତିଆବିନ୍ଦୁ ପରୀକ୍ଷା ନିରୀକ୍ଷା କରାଇଥିଲେ, ଏହି ପରୀକ୍ଷାରେ ଯେଉଁମାନଙ୍କର ମୋତିଆବିନ୍ଦୁ ପଡି ଆଖିକୁ ପୁରା ଦେଖାଯାଉନାହିଁ, ସେମାନଙ୍କୁ ଅପେରସନ ନିମନ୍ତେ ଚିହ୍ନଟ କରିଦେଇଗଲେ, ଓ ବହୁ ଅଭାବୀ, ଦୁଃଖୀ ଓ ଗରିବ ଲୋକ ମଧ୍ୟ ଛୋଟ ଛୋଟ ଆଖି ଜନିତ ସମସ୍ୟାକୁ ପଚାରି ପରାମର୍ଶ ନେଇଥିଲେ, ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଆୟୋଜନ କରିଥିଲେ, ବିପଦବନ୍ଧୁ ସେବା ସଂଗଠନ ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଶୁକ୍ଳ, ସଭାପତି କୈଳାଶ ସାହୁ, ସମ୍ପାଦକ ଅଲେଖ ଜେନା, କୋଷାଧକ୍ଷ ରାଜେୟ ବାରିକ, ସଂଗଠନର ବରିଷ୍ଠ ମାର୍ଗଦର୍ଶକ ବିଚିତ୍ର ବାରିକ ଯୁବ ସମାଜସେବୀ ଲୋକନାଥ ପରିଡା, ତପନ ବାରିକ, କାଳିଆ, ବିଜୟ ଜେନା, ମାନବପ୍ରେମୀ ସଞ୍ଜୟ, ଟୁଲୁ, ବୁଲୁ,ଜଗା ଉତ୍ତମ, ଶଙ୍କର୍ଷଣ ପରିଡା, ବାପୁନ ପ୍ରମୁଖ ଯୁବ ସମାଜସେବୀ ସହଯୋଗ ଓ ସାହାଯ୍ୟର ହାତ ବଡାଈଥିଲେ, ଏବଂ ଓଡିଶାର ଦୁଇ ଜଣ ସୁସଂଗଠକ ଏବଂ ବରିଷ୍ଠ ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ଏବଂ ରମାକାନ୍ତ ସ୍ୱାଇଁ ସୁଦୂର ଭୁବନେଶ୍ୱର ଆସି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସଂଗଠନର ସମାଜସେବୀ ଭାଇମାନଙ୍କୁ ପ୍ରେରଣା ଓ ସାହସ ପ୍ରଦାନ କରିବା ସହିତ ଆଗାମୀ ଦିନରେ ସଂଗଠନ ପାଇଁ ଯଥା ସକ୍ଷମ କିଛି ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ମତବ୍ୟକ୍ତ ରଖିଥିଲେ।

ରିପୋର୍ଟ :-ପୁନିଲ. କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *