ଖୋର୍ଦ୍ଧା ରେ ୧୬ ତମ ଦିଶାନ୍ତ ବରୁଣେଇ ରଜ ମହୋତ୍ସବ-୧୫ ରୁ ଆରମ୍ଭ

—————————————–ଖୋର୍ଦ୍ଧା(ନିପ୍ର)ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଶାନ୍ତ ପକ୍ଷରୁ ସବୁବର୍ଷ ପରି ଚଳିତବର୍ଷ ୧୬ ତମ ବରୁଣେଇ ରଜ ମହୋତ୍ସବ ୨୦୨୪ ଆସନ୍ତା ୧୫ ତାରିଖ ରୁ ଆରମ୍ଭ ହୋଇ ୩ ଦିନ ଧରି ଅର୍ଥାତ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଶାନ୍ତ ର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ସୂଚନା ଦେଇଛନ୍ତି।କୃଷି ଭିତ୍ତିକ ଏହି ରଜ ପର୍ବ ହେଉଛି ଓଡ଼ିଶାର ଗଣପର୍ବ।ଶହ ଶହ ବର୍ଷ ଧରି ମୌସୁମୀ ଆଗମନ ର ଅବ୍ୟବହିତ ପୂର୍ବରୁ ଓଡ଼ିଶାର କୋଣ ଅନୁକୋଣ ରେ ମହା ଆନନ୍ଦ ଉଲ୍ଲାସ ରେ ପାଳିତ ହେଉଥିବା ବେଳେ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ର ଐତିହାସିକ ମା ବରୁଣେଇ ପୀଠ ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଶାନ୍ତ ପକ୍ଷରୁ ୨୦୦୮ ମସିହାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଅଛି।ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକ ଆସୁଥୁବାରୁ ଚଳିତ ବର୍ଷ ପ୍ରତିଦିନ ପୂର୍ବାହ୍ନ ୧୦ ରୁ ରାତି ୯ ଟା ପର୍ଯ୍ୟନ୍ତ ପାଇକ ନୃତ୍ୟ,ସମ୍ବଲପୁରୀ, ଘୋଡା ନୃତ୍ୟ,ବାଘ ନାଚ,ଚଢ଼େଇ ଚଢ଼େଇଆଣି ନୃତ୍ୟ,କଲିକତାର ଶୀତଳ କବି,ଅର୍ପିତା ଚୌଧୁରୀ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ,ଏବଂ ଅନେକ କଣ୍ଠ ଶିଳ୍ପୀ ବିଭିନ୍ନ ଜିଲ୍ଲା ଓ ସ୍ଥାନୀୟ ସାଂସ୍କୃତିକ ଦଳ ମାନେ ନିଜର କଳା ପରିବେଷଣ କରିବାକୁ ଥିବାବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଞ୍ଚେଇ ରଖିବା ପାଇଁ ବିଭିନ୍ନ ପିଠା ପ୍ରତିଯୋଗିତା,ରଜ ପାନ ପ୍ରତିଯୋଗିତା,ରଜ ଦୋଳି ପ୍ରତିଯୋଗିତା,ଆଦି କରାଯିବ ଏବଂ ଏଥିରେ ଯେଉଁମାନେ କୃତିତ୍ୱ ଅର୍ଜ୍ଜନ କରିବେ ସେମାନଙ୍କୁ ସଂମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି।ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ୨୧ ଟି ବେସରକାରୀ ଓ ୭ ଟି ସରକାରୀ ସାଂସ୍କୃତିକ ଦଳ ଯୋଗ ଦେଉଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଦୋକାନ ବଜାର ପଡିବ।ଅସହ୍ୟ ଗରମ କୁ ଲକ୍ଷ ରଖି ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଙ୍କ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା,ପ୍ରଶାସନ ପକ୍ଷରୁ ଏକ ସ୍ୱାସ୍ଥ୍ୟ ବିଭାଗର ଟିମ ଉକ୍ତ ସ୍ଥାନ ରେ ରହିବେ।ଭିଡକୁ ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।ବିଭିନ୍ନ ଦୋକାନ ବଜାର ରେ ସାଧାରଣ ଲୋକଙ୍କୁ ଉତ୍ତମ ଖାଦ୍ୟ ନିମନ୍ତେ ଏକ ସ୍ୱତନ୍ତ୍ର ଟିମ ହୋଇଛି।ଆଜି ର ଏହି ସମ୍ମିଳନୀରେ ଦିଶାନ୍ତ ର ସମ୍ପାଦକ ଦିଲ୍ଲୀପ କୁମାର ପରିଡା,ଙ୍କ ସହିତ ପ୍ରଭାକର ମାଝୀ, ସଞ୍ଜୀବ ପରିଡା,ଜିତୁ ବଳିଆରସିଂ, ସମୀର ସାହୁ,ନିରଞ୍ଜନ ନାୟକ,ରାଧାମୋହନ ମହାପାତ୍ର,ରଶ୍ମିକାନ୍ତ ପ୍ରଧାନ,ଶୁଭମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି ତିନି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତେ ସହଯୋଗ କରିବାକୁ ସମ୍ପାଦକ ଦିଲ୍ଲୀପ ପରିଡା ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *