ବ୍ରିଜ ତଲକୁ ଖସିପଡିଲା ପିକଅପ ଗାଡ଼ି

ବ୍ରିଜ ତଲକୁ ଖସିପଡିଲା ପିକଅପ ଗାଡ଼ି, ଦୁଇ ଗୁରୁତରକଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ନିକଟସ୍ଥ ଉଦନ୍ତିନଦୀ ବ୍ରିଜ ଉପରୁ ଏକ ପିକଅପ ଗାଡ଼ି ତଳକୁ ଖସି ପଡିବାରୁ ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ଭୋର ସମୟରେ ଗୋଲାମୁଣ୍ଡା ପଟୁ ଛତିଶଗଡ ନମ୍ୱର ସିଜି୦୪ପିଆର୪୪୬୨ ବିଶିଷ୍ଟ ମହିନ୍ଦ୍ରା ପିକଅପ ଗାଡ଼ି ଆସୁଥିଲା । ଲେତେର ଉଦନ୍ତି ନଦୀ ବ୍ରିଜ ପାର ହେଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଗାଡ଼ିରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ଅନ୍ୟ ଜଣେ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ଦୁଇ ଜଣ ଗୁରୁତର ଥିବାରୁ ଦୁଇ ଜଣଙ୍କ ପରିଚୟ ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *