ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ଗତକାଲି ବିଳମ୍ବିତ ରାତିରେ ବଉଳକାଠ ଆସି ପୁରୀରେ ପହଂଚିଛି
ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ଗତକାଲି ବିଳମ୍ବିତ ରାତିରେ ବଉଳକାଠ ଆସି ପୁରୀରେ ପହଂଚିଛି | ଶ୍ରୀକ୍ଷେତ୍ର ରଥଯାତ୍ରା ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଅଜା ଘରୁ ଅର୍ଥାତ ପୁରୀଜିଲା ସତ୍ୟବାଦୀ ସ୍ଥିତ ଶ୍ରୀସିଦ୍ଧ ବଳରାମଙ୍କ ପୀଠ ବକୁଳବନରୁ ଶ୍ରୀଅଙ୍ଗର ସୁରକ୍ଷା ନିମିତ୍ତ ପ୍ରତିବର୍ଷ ବଉଳକାଠ ଆସିଥାଏ | ତେବେ ବକୁଳବନରେ ଉପଯୋଗୀ ବଉଳକାଠ ନ ଥିବା ଯୋଗୁଁ ଚଳିତବର୍ଷ ସତ୍ୟବାଦୀ ପୁରାହିତପୁର ଅନ୍ତର୍ଗତ ସାରୁଗାଡ଼ିଆ ଗ୍ରାମରୁ ବଉଳ କାଠ ଆସି ପହଂଚିଛି | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟବାଦୀ ଯାଇଥିବା ସ୍ୱତନ୍ତ୍ର ଶଗଡ଼ିରେ ଗତକାଲି ରାତିରେ ସିଦ୍ଧ ବଳରାମ ପୀଠରୁ ଶଗଡିକୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଥିଲା | ମହାପ୍ରଭୁଙ୍କର ସେନାପଟା ଓ ବାହୁଟ ଲାଗି ପାଇଁ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ପ୍ରତିବର୍ଷ ବଉଳ କାଠର ଆବଶ୍ୟକତା ପଡିଥାଏ !
