ବିଜୁ ଜନତା ଦଳର ମିଶ୍ରଣ ପର୍ବ
ପୋଲସରା ବ୍ଲକ ଅନ୍ତର୍ଗତ ଚଣ୍ଡିରାମଚନ୍ଦ୍ରପୁର ଗ୍ରାମ ମଣ୍ଡପ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦୁଇ ଗୋଟି କମ୍ୟୁନିଟି ସେଣ୍ଟରକୁ ଉଦଘାଟନ କରିବା ସହ ମିଶ୍ରଣ ପର୍ବ ରେ ଯୋଗ ଦେଇଛନ୍ତି। ପୋଲସରା ପଞ୍ଚାୟତ ସମିତି ପୁର୍ବତନ ଉପାଧ୍ୟକ୍ଷ ରତ୍ନାକର ସ୍ୱାଇଁ ଚଣ୍ଡୀରାମଚନ୍ଦ୍ରପୁର ଗ୍ରାମ ର ବିଜେପି ସମର୍ଥନ ମାନଙ୍କୁ ନେଇ ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ରିପୋର୍ଟ- ପୋଲସରାରୁ ସୀମାଞ୍ଚଳ ବାଡ଼ତ୍ୟା ।
