ନୟାଗଡ଼ ଜିଲ୍ଲାର କ୍ରୀଡ଼ାବିତଙ୍କ ସହ ଭରଚୁଆଲ ବୈଠରେ ଆଲୋଚନା କଲେ ଜିଲ୍ଲାପାଳ ଡ଼ ପୋମା ଟୁଡୁ

ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଉଦୀୟମାନ କ୍ରୀଡ଼ା ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିବା ନିମନ୍ତେ ଅନୁପ୍ରେରିତ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ସୋଇଥିଲା। ନୟାଗଡ଼ ଜିଲ୍ଲାର ଖ୍ୟାତିସମ୍ପନ୍ନ ଯୁବ କ୍ରୀଡାବିତ୍ ଝିଲି ଦଳବେହେରା, ଦୀପାଳି ମହାପାତ୍ର ଓ କ୍ରିକେଟର୍ ରାଜେଶ୍ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ, ନୟାଗଡ଼ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ବିଦ୍ୟାଳୟ ମାନଙ୍କରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରସାର ନିମନ୍ତେ ସୁଚିନ୍ତିତ ପ୍ରସ୍ତାବ ପ୍ରଦାନ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *