ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ର ୨୭ ତମ ତିରୋଧାନ ଦିବସ
ଆଜି ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ର ୨୭ ତମ ତିରୋଧାନ ଦିବସରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଗଡ଼ସାହୀ ପଞ୍ଚାୟତ ଜଙ୍କିଆଗଡସାହି ମେଳଣ ପଡ଼ିଆ ଠାରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅରୁପ ପଟନାୟକ ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଲେ ଥିଲେ। ପ୍ରଥମେ ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ କୁମାର ସାହୁଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାସବର୍ମା କହିଛନ୍ତି ଓଡ଼ିଶାର ରାଜନୀତି ଓ ସାଧାରଣ ଜୀବନ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଏକ ବିରଳ ବ୍ୟକ୍ତିତ୍ବ। ରାଜ୍ୟର ସ୍ବାର୍ଥ ଓ ଗରିବ ଲୋକଙ୍କ ହିତ ସାଧନା ପାଇଁ ସେ ଯେପରି ଦୃଢ଼ତା ଓ ନିର୍ଭିକତାର ସହ ପଦେକ୍ଷପ ନେଉଥିଲେ ତାଙ୍କ ପୂର୍ବରୁ କୈାଣସି ମୁଖ୍ୟମନ୍ତ୍ରୀ ଦୃଢ଼ତା ପ୍ରଦର୍ଶନ କରିଥିବାର ଦେଖାଯାଏ ନାହିଁ ସ୍ଵାଭିମାନୀ ଓ ସାହାସୀକତାର ସେ ଥିଲେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ଓ ଅନନ୍ୟା ପ୍ରତୀକ। ବିଜୟାନନ୍ଦ ପଟ୍ଟନାୟକ ଜଣେ ସାହାସୀ ବିମାନ ପାଇଲଟ୍, ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରବିଣ ରାଜନେତା ଭାବେ ସାରା ଦେଶରେ ପରିଚିତ ଥିଲେ। ମହିଳା ମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ୩୩ ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ସହିତ ବାଳିକା ମାନଙ୍କ ପାଇଁ ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିଥିଲେ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳର୍ବୀ ବାତ୍ୟା ପ୍ରତିରୋଧ ସେ ଲୁଣା ଜଙ୍ଗଲର ଗଛର ସବୁଜ ବାଡ଼ ବା ଗ୍ରୀନ ବେଲ୍ଟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଗଭୀର ସମୁଦ୍ର ପାରାଦୀପ, ଓଡ଼ିଶାର ଶିଳ୍ପ ବିକାଶ ନିଗମ, ରାଉରକେଲାରେ ଇସ୍ପାତ କାରଖାନା, ଇଞ୍ଜିନିୟରିଂ କଲେଜ ଓ ହୀରାକୁଦରେ ମହାନଦୀ ବନ୍ଦ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲେ। ବିଗତ ଶତାବ୍ଦୀର ଷଷ୍ଠ ଦଶକରେ ମାତ୍ର ଅଢେ଼ଇ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯୁବକ ବିଜୁ ଓଡ଼ିଶାର ବିକାଶକୁ ମୂଳ ମନ୍ତ୍ର କରି ଯେ ପରି ସାହାସୀ କତାର ପଦେକ୍ଷପ ନେଇ ଚାଲିଥିଲେ ଏବଂ ଜାତୀୟ ମାନଚିତ୍ରରେ ଏହାକୁ ସ୍ଥାନିତ କରିଥିଲେ, ଯାହା ତାକୁ ଆଧୁନିକ ଓଡ଼ିଶାର ବିଶ୍ୱକର୍ମାର ପରିଚୟ ପ୍ରଦାନ କରିଥିଲା ବୋଲି ଶ୍ରୀ ଦାସବର୍ମା ମତ ପ୍ରକାଶ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ କୁମାର ସାହୁ, ସତ୍ୟବାଦୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, କଣାସ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁସୀଲ କୁମାର ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ରାଉତରାୟ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବାବୁଲି ସ୍ଵାଇଁ, ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଓ ନିର୍ବାଚିତ ପ୍ରତିନିଧି, ମହିଳା, ଯୁବ ଛାତ୍ର ପ୍ରମୁଖଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।
