ବିଜୁ ଜନତା ଦଳ ର କର୍ମୀ ସମ୍ମିଳନୀ ଭଦ୍ରକ ର ରମ୍ଭିଳା ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଯାଇଛି

ଭଦ୍ରକ ନିର୍ବାଚନ ମଣ୍ଡଳ ଅଧିନସ୍ଥ ରମ୍ଭୀଳା ଗ୍ରାମ ପଞ୍ଚାୟତ ପଡିଆ ଠାରେ ବିଜୁ ଜନତା ଦଳ ର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ଏହି ସମ୍ମିଳନୀରେ ବିଜେଡି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ , ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ବ୍ଲକ ଅଧ୍ୟକ୍ଷା ଉର୍ମିଳାନାୟକ ,ପୂର୍ବତନ ବ୍ଲକ ଚେୟାରମ୍ୟାନ ଜଗନ୍ନାଥ ସ୍ବାଇଁ , ବରିଷ୍ଠ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହିଥିଲେ | ୨୮ ନମ୍ବର ଜୋନର ପଞ୍ଚାୟତ ର ସରପଞ୍ଚ ,ଏବଂ ଜିଲ୍ଲା ପରିଷଦ ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ | ମାନନୀୟା ସାଂସଦ ଶ୍ରୀମତୀ ମଞୁଲତା ମଣ୍ଡଳ କହିଥିଲେ ଭଦ୍ରକ ଜିଲ୍ଲାର ଉନ୍ନତି ମୂଳକ କାର୍ଯ୍ୟା ହୋଇଛି | ଆଗାଦିନ ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହେବ ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ଏ ଥର ନିର୍ବାଚିତ ହେଉଛନ୍ତି | ତେଣୁ ତାଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ଆହ୍ବାନ ଦେଇଥିଲେ, ଭଦ୍ରକ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, କହିଥିଲେ ଆଗାମୀ ଦିନ ରେ ବିଭିନ୍ନ ଉନ୍ନୟନ କାମ ନିଶ୍ଚିତ କରିବି ବୋଲି କର୍ମୀ ମାନଙ୍କୁ ପ୍ରତି ସୃତି ଦେଇଥିଲେ

Leave a Reply

Your email address will not be published. Required fields are marked *