ବନ୍ୟା
ବନ୍ୟା
ରଜନୀକାନ୍ତ ରଥ,ରାଜନଗର କେନ୍ଦ୍ରାପଡ଼ା।
ନିଦ ହଜେଇଛି ଲୋକଙ୍କ ଆଖିରୁ
ଏ ସନ ର ବଢିପାଣି।
ଏହି ବଢିପାଣି ମଣିଷ ଭେଇଛି
ଏହା ସମସ୍ତଙ୍କୁ ଜଣା।
ନଦୀବନ୍ଧ ଏଠି ମରମତ ହୁଏ
ଲୋକ ଦେଖାଣିଆ ଭାବେ।
ଆଣିଠିକାଦାର ଭାଇ କାମରେ ଠକୁଛି
ନେତାକଂର ଚିଠା ପାଇ।
ପିସି ଦେଉଛି ସେ ଯନ୍ତ୍ରୀ ଓ ନେତାକୁ କରୁଛି କାମ ନିମ୍ନମାନର।
ବଢ଼ିପlଣି ଯେବେ କୂଳ ଲଂଘୁଛି
ପେଲୁଛି ସେ ନଦୀବନ୍ଧ।
ଘଳିଆ ପଡୁଛି ଘାଇ ବି ହେଉଛି
ବଢ଼ିପlଣି ପଶେ ଘରେ।
ଭୋକ ଉପାସ ରେ ବିକଳ ଲୋକେ ଚୁଲି ଜଳୁନାହିଁ ଘରେ।
ସରୀସୃପ ଭୟ ମନକୁ ଆସୁଛି
ରାତିରେ ହୁଏନି ନିଦ।
କୁମ୍ଭୀର ବୁଲୁଛି ଦେଖି ଲୋକେ
ଡାକୁଛନ୍ତି ତ୍ରାହି ତ୍ରାହି।
ଗାଁ ମୁଣ୍ଡ
ନଦୀ ବନ୍ଧ ଡରାଉଛି
ଘାଇ ହୋଇ ତଡ଼ିନେବ ଘର ।
ଚାଷ ଉଜୁଡ଼ିଲା ଭରଷା ତୁଟିଲା
ଆଖି କୁ ଆସେନା ନିଦ।
ଋଣ ବୋଝ କଥା ମନେ ଭାବି
ମନରେ ଆସଇ କୋହ।
ନଈ ମୁହାଣ କୁ ପୋତି ତ ଦେଲେଣି କଳକାରଖlନା କରି।
ପାଣି ଯିବା ବାଟ ଦଖଲ କଲେଣି
ମାଫିଆ ଓ ଜମି ଦଲାଲ।
ଯନ୍ତ୍ରୀ,ମନ୍ତ୍ରୀ ଓ ଠିକାଦାର ମିଶି
ଖାଇ ଯାଉଛନ୍ତି ବନ୍ଧ।
ବଢିପାଣି ଏବେ ନଦୀରେ ନଯାଇ
ପଶୁଛି ଗାଁ ଗଣ୍ଡା।
ଏବେ ବି ଦିଶୁଛି ମହାନଗରୀରେ ବନ୍ୟା।
