ବିଜେଡ଼ିର ମିଶ୍ରଣ ପର୍ବ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ,ସ୍ୱଚ୍ଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ ବଡବେଣାକୁଦୀ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର ପଞ୍ଚାୟତର ବଡବେଣାକୁଦୀ ଗ୍ରାମର ଭଜମନ ପଲେଇଙ୍କ ସମେତ ବରକୁଦୀ ଗ୍ରାମ, ବାଘଲାଞ୍ଜି, କରିମ୍ ପୁର, ଓ ବରପଦା ଗ୍ରାମର ବହୁ କର୍ମୀ ବିଜେପି ଦଳ ପରିତ୍ୟାଗ କରି ରାଜ୍ୟ ବିଜୁ ଜନତା ଦଳର ସଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ସାମିଲ୍ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ କିଶୋର ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ବ୍ଲକ ଉପାଧ୍ୟକ୍ଷ ସହଦେବ ସାହୁ, ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ସରପଞ୍ଚ ଲକ୍ଷ୍ମୀଧର ପ୍ରଧାନ ଓ ପଞ୍ଚାୟତ ସଭାପତି ମଙ୍ଗୁଳି ଚରଣ ପଲେଇ ଉପସ୍ଥିତ ଥିଲେ । ସେହିଭଳି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ନାକୁଆପଡ଼ା ମହାବିର ମନ୍ଦିର ପ୍ରାଙ୍ଗଣଠାରେ ଦିନ ୧୧ଟା.୩୦ ମିନିଟ୍ ସମୟରେ ନାକୁଆପଡା ଗ୍ରାମର ରମେଶ ଚନ୍ଦ୍ର ଜେନା, ବ୍ରାହ୍ମଣ ଆଳନ୍ଦିଆ ଗ୍ରାମର ଦିନବନ୍ଧୁ ମୁଦୁଲି, ବିଷ୍ଣୁ ପ୍ରସାଦ ନନ୍ଦ, ଦେଉଳପଡ଼ା ଗ୍ରାମର ଯୋଗେନ୍ଦ୍ର ମହାପାତ୍ର, ରମେଶ ମହାପାତ୍ର, ଦିବାକର ମହାପାତ୍ର, ଗୈଡସାହିର ଭଗବାନ ବେହେରା, ଗୁଣ୍ଠଉପର ଗ୍ରାମର ଇଶ୍ୱର ଭୋଇ ଓ ପ୍ରତାପ ପୁରୁଷୋତ୍ତମପୁର ଗ୍ରାମର ଗଣେଶ କୁମାର ସେଠୀ, ପ୍ରଶାନ୍ତ କୁମାର ଦାସଙ୍କ ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୁରୀ ସଦର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନବଘନ ପ୍ରଧାନ ଓ ସରପଞ୍ଚ ରାମଚନ୍ଦ୍ର ଷଡ଼ଙ୍ଗୀ ।
