ମନୋଜ ମହାରାଜ ଜୀ ଙ୍କ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ

ପୁରୀ :୧/୮- ବ୍ରହ୍ମଗିରି ରୋଡ଼ ଗୋରୁଆଳ ପଞ୍ଚାୟତ ଅଳିପଡ଼ାଠାରେ ଅବସ୍ଥାପିତ ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳାରେ ମହାରାଷ୍ଟ୍ର ରାଜ୍ୟ ଜାଲନା ସହରର ଅନ୍ତରାଷ୍ଟ୍ରୀୟ ରାମାୟଣୀ ବ୍ୟାସ, ଭାଗବତ ପ୍ରବଚକ ତଥା ଜାଲନା ରାମ ମନ୍ଦିର ମହନ୍ତ ଶ୍ରୀ ମନୋଜ ମହାରାଜ ଜୀ ପରିଦର୍ଶନ କରି ଗୋସେବା କରିଥିଲେ । ସେ କହିଥିଲେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଗୋମାତାଙ୍କ ସେବା ମାଧ୍ୟମରେ ଶ୍ରୀଜଗନ୍ନାଥ ଙ୍କ ସାନିଧ୍ୟ୍ୟ ପ୍ରାପ୍ତି କରିଛି। ଗୋବିନ୍ଦ ଗୋଧାମ ଗୋଶାଳା ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ମନୋଜ ମହାରାଜ ଜୀଙ୍କୁ ସ୍ୱାଗତ କରି ଗୋଶାଳା ପରିଦର୍ଶନ କରାଇଥିଲେ । ମନୋଜ ମହାରାଜ ପୁରୀକୁ ଆସିଵା ପରେ ଶ୍ରୀମନ୍ଦିର ବନ୍ଦ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏହାପରେ ଦର୍ଶନରୁ ବଞ୍ଚିତ ହୋଇ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନରେ ଆସି ଗୋମାତାଙ୍କ ସେବାକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ୍ୟ ଲାଭ କରିଛନ୍ତି ବୋଲି ମହାରାଜ କହିଛନ୍ତି । ଗୋଶାଳାରେ ଗୋମାତା ମାନଙ୍କୁ ଉଚ୍ଚ ମାନର ସେବା ତଥା ଗୋମାତା ମାନଙ୍କ ଉଦ୍ଦେଶ୍ୟରେ ବ୍ୟବସ୍ଥିତ ଉନ୍ନତ ମାନର ଖାଦ୍ୟ,୨୪ ଘଣ୍ଟା ଲାଇଟ, ପଙ୍ଖା,ପାଣିର ବ୍ୟବସ୍ଥା ଓ ପରିଷ୍କାର ପରିଚ୍ଛନ୍ନତା ଦେଖି ମହାରାଜ ଜୀ ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥିଲେ । ମହାରାଜ ଜୀ ନିଜେ ଗୋସେବା କରି ନିଜକୁ ଧନ୍ୟ ମନେକରିଵା ସହିତ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ସହର ତଥା ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ବୁଲୁଥିବା ଅସହାୟ ଏବଂ ବୃଦ୍ଧା ଗୋମାତା ମାନଙ୍କୁ ସୁବ୍ୟବସ୍ଥିତ କରିଥିବାରୁ ମହାରାଜ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ପଣ୍ଡିତ ବିଷ୍ଣୁ ଜୀ ମହାରାଜଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ମହାରାଜଙ୍କ ସହିତ ତାଙ୍କ ସହଧର୍ମିଣୀ, ଭୁବନେଶ୍ୱର ର ଇଂ ଉମାକାନ୍ତ ପାଣି, ଇଂ ବଲଜିତ ସିଂ,ସମାଜସେବୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *