କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଜେପି ବିଧାୟକ ପ୍ରାର୍ଥୀ ଙ୍କୁ ବିରୋଧ

କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତ ଠାରେ ବିଜେପି କର୍ମୀ ଏବଂ ନେତା ମାନେ ନିକଟ ରେ ବିଧାୟକ ପ୍ରାର୍ଥୀପତ୍ର ପାଇଥିବା ବ୍ୟକ୍ତି ଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଅଛି । ପ୍ରାର୍ଥୀ ବଦଳାଇବାକୁ ଦାବି କରିଛନ୍ତି ବିଜେପି କର୍ମୀ । ହାରୁଥିବା ପ୍ରାର୍ଥୀ କୁ କିଭଳି ଭାବେ ବାରମ୍ବାର ପ୍ରାର୍ଥୀ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଦଳର ନେତା ଏବଂ କର୍ମୀ।ଏବେବି ସମୟ ଅଛି ଏଥି ପ୍ରତି ବିଜେପି ସଭାପତି ତୁରନ୍ତ ଦୃଷ୍ଟିଦେଇ ପ୍ରାର୍ଥୀ ବଦଳାନ୍ତୁ ବୋଲି କହିଛନ୍ତି । ପୂର୍ବରୁ ଦଳୀୟ ଟିକେଟ ପାଇ ନିଜ ଅମାନତ ହରାଇଥିବା ବେଳେ ଏହିଭଳି ପ୍ରାର୍ଥୀ ଙ୍କୁ ତିନି ଦିନ ମଧ୍ୟରେ ଯଦି ଟିକେଟ ନ ବଦଳାଇବେ ତେବେ ଦଳର ସଭାପତି ଙ୍କ ସହିତ ସାମୁହିକ କାର୍ଯ୍ୟକର୍ତ୍ତା ଇସ୍ତଫା ଦେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୟ ପାଡ୍ରା ଜିଲ୍ଲା ବିଜେପି ଉପସଭାପତି , ଉଗ୍ରସେନ ପ୍ରଧାନ ଜି ଉଦୟଗିରି ନଗର ସଭାପତି , ବସନ୍ତ ପ୍ରଧାନ ଜିଲ୍ଲା ଏସ୍ ଟି ମୋର୍ଚା ସମ୍ପାଦକ ତାପସ ଦଳ ବେହେରା, ଜିଲ୍ଲା ଏସ୍ ଟି ମୋର୍ଚା ସାଧାରଣ ସମ୍ପାଦକ ଜୁଲିମା ଦଳବେହେରା, ଜିଲ୍ଲା ମହିଳା ଉପସଭାପତି ଏବଂ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *