ଭାଜପା ପକ୍ଷରୁ ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା।
ରାଇକିଆ, ତା ୧୯/୫/୨୫ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଭାଜପା ପକ୍ଷରୁ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଅଛି।. ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ଶହ ଶହ ଜନସାଧାରଣ ହାତ ରେ ତ୍ରିରଙ୍ଗା ଧରି ମାଳାଞ୍ଚଳ ଛାତ୍ରlଵାସ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ସୁଗଡ଼ବାଡି, ଗୁମାମାହା ପଞ୍ଚାୟତ ସହିତ ମାଣିକେଶ୍ଵର ପଞ୍ଚାୟତ ଠାରେ ଶୋଭାଯାତ୍ରା ରେ ପହଞ୍ଚିଥିଲେ। ଅପରେସନ୍ ସିନ୍ଦୁର” ର ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସୈନ୍ୟ ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ତ୍ରିରଙ୍ଗା ପତାକା ଧ୍ବଜା ଉଡାଇ ଶାନ୍ତିପୂର୍ଣ୍ଣ ଭାବେ ଭାରତୀୟ ବୀର ଜବାନ ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାହସକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରୀତ ହୋଇ ଭାରତ ମାତାକି-ଜୟ ଧ୍ବନୀରେ ସହର ପ୍ରକମପିତ ହେଉଥିବା ଦେଖିବାକୁ ମିଳିଥିଲା । ଏଥିରେ ଜିଲା ସଭାପତି ପଣ୍ଡିତ ବିଶିମାଝି,ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ସନକ ଦିଗlଲ, ନାରାୟଣ ପାତ୍ର, ଜିତେନ୍ଦ୍ର ମଲ୍ଲିକ ଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ସାମିଲ ଥିଲେ l
