ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ବିଜୁ ଜନତା ଦଳ ତରଫରୁ ଫୁଲବାଣୀ ପୌରପରିଷଦରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
କନ୍ଧମାଳ ତ।୧୮/୦୫/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ଖଜୁରୀପଡ଼ା ବ୍ଲକ ଗୁଡ଼ାରୀ ଗ୍ରାମ ପଞ୍ଚାୟତ ର ତଳପଟି କୁଞ୍ଜବନ ଠାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ସମସ୍ତ କର୍ମକତ। କୁ ନେଇ ନେଇ ଏକ ବନ୍ଧୁ ମିଳନ ହୋଇଥିଲା ।ଏହିଠାରେ ଫୁଲବାଣୀ ପୌରପରିଷଦର ୨୦୦୦ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ । ନୂତନ ଭାବରେ ଜିଲ୍ଲାର ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ପୂର୍ବତନ ଓଡ଼ିଶା ର ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସଭାପତିତ୍ବ କରିଥିଲେ । ଆଗାମୀ ଦିନରେ କିପରି ଭାବରେ ଜିଲ୍ଲାରେ ବିଜୁଜନତା ଦଳ ସଂଘଟିତ ହାଇ ନିର୍ବ।ଚନ ଲଡି ଭଲ ଫୋଳ କରିବ କର୍ମୀ ନେତା ମଧ୍ୟରେ କିପରି ଭଲ ସମ୍ପର୍କ ଗଡ଼ିତଳିବ ସେସବୁ ବିଷୟରେ ଆଲୋଚନା କରାଯାଇଥିଲା। ଏହିଠାରେ ଏକ ଭଲ ଗୋଟିଏ ଜିନିଷ ଦେଖିବାକୁ ମିଳିଥିଲା କି ପୂର୍ବରୁ ଅନେକ କର୍ମୀ କୌଣସି ସଭାସମିତି ଆସୁନଥିଲେ ।କିନ୍ତୁ ମାନ୍ୟବର ଶ୍ରୀ ପଦ୍ମ ନ।ଭ ବେହେରା ଜିଲ୍ଲାର ଦାୟିତ୍ଵ ନେଲା ପରେ କର୍ମୀ ତତ୍ପର ହୋଇ ସଭାସମିତି ଆସିବାର ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା ।ଏଥିରୁ ପ୍ରମାଣିତ ହେଉଅଛି କି ପଦ୍ମନାଭ ବେହେରାଙ୍କ ଜିଲ୍ଲାରେ କିପରି ଭାବରେ ପ୍ରଭ।ବ ରହିଛି ।ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ସୋରଜ୍ କର୍ଣ୍ଣ, ପୂର୍ବତନ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଶ୍ରୀ ବିଷ୍ଣୁ ପ୍ରିୟ। ବେହେରା, କମଳ କାନ୍ତପାଣ୍ଡେ, ପ୍ରତାପ ପାତ୍ର,ପ୍ରଦୀପ ମହାନ୍ତି ବିମଳ ପାଢ଼ୀ, ପଞ୍ଚାନନ କହଁର, ସୁଧୀର କହଁର ରାଜ୍ୟ ମହିଳା ବିଜୁଜନତା ଦଳର ରାଜ୍ୟ ସମ୍ପାଦିକା ପୁନମ୍ କହଁର, ପୂର୍ବତନ ମହିଳା ନଗର ସଭାପତି ଲଳିତ। ମୁନି,ପାର୍ଥ ସାରଥି ବିଶ୍ଵାଳ, ଦାରୁଣ ବେହେରା, ଜଳନ୍ଧର ବେହେରା, ସତ୍ୟନାରାୟଣ ବେହେରା,ରଜନୀ ପ୍ରଧାନ, ସୁନିଲ ସେଠୀ କିଚକ ନାୟକ ଏହି ବୈଠକରେ ଯୋଗଦେଇଥିଲେ ।
