ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ପାଇଁ ବିଜେପି ର ପୂଜାର୍ଚ୍ଚନା

କାମାକ୍ଷାନଗର :- ଓଡ଼ିଶାର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି। ତେବେ ଆଗାମୀ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ସମସ୍ତ ମନ୍ଦିରରେ ପୂଜାର୍ଚନା କରି ବିଜୟ କାମନା କରିଛନ୍ତି ।ତେବେ ସେହି ପରିପ୍ରେକ୍ଷୀରେ ପରଜଙ୍ଗ ବିଜେପି ପକ୍ଷରୁ ଅଷ୍ଟଶମ୍ଭୁ ମନ୍ଦିରରେ ପୂଜା ଅର୍ଚ୍ଚନା କରି ବିଜୟ କାମନା କରା ଯାଇଛି । ଏଣୁ ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଯୁବ ମୁର୍ଚ୍ଛା ରାଜ୍ୟ ସମ୍ପାଦକ ଦୀପକ ଗୋଛାୟତ, ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟକ୍ଷା ଯଶସ୍ୱନି ରାଉତ ଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟର :-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *