ବିଜେପି ର ବୁଥ ବିଜୟ ଅଭିଯାନ ଅନୁଷ୍ଠିତ

ରାଜ୍ୟ ଭାରତୀୟ ଜନତା ପାର୍ଟି ନେତୃତ୍ୱଙ୍କ ଆହ୍ବାନ କ୍ରମେ ଆଜି ନିମାପଡ଼ା ଭାରତୀୟ ଜନତା ପାର୍ଟି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ଵରେ ନିମାପଡ଼ା ରେ ଅବସ୍ଥିତ ରବୀନ୍ଦ୍ର ମଣ୍ଡପରେ “ବୁଥ ବିଜୟ ଅଭଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବରେ ଜଗତସିଂହ ପୁରୁ ଲୋକସଭା ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଯୋଗ ଦେଇଥିଲେ ।

ଏବଂ ମଞ୍ଚକୁ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଧାନସଭାର ସଂଯୋଜକ ସୁଶାନ୍ତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ଡ଼. ତରାଇ ବୁଥ ସଭାପତିମାନଙ୍କୁ ତୃଣମୂଳ ସ୍ତରରେ କିପରି ସଙ୍ଗଠନ କରାଯିବ ବହୁ ଗୁରୁତ୍ଵପୂର୍ଣ୍ଣ ଓ ମର୍ମସ୍ପର୍ଶୀ ଉପଦେଶ ଦେଇଥିଲେ। ଏବଂ ବୁଥ ହିଁ ଗଣତନ୍ତ୍ରର ମୂଳଦୁଆ ଓ ଗୋଟେ ସ୍ଵଚ୍ଚ ଓ ଦୁର୍ନୀତିମୁକ୍ତ ସରକାର ଗଠନରେ ସହାୟକ ଓ ଭୋଟର ସଚେତନତା ହିଁ ଓଡ଼ିଶାରେ ଏକ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ଗଠନ କରିବାରେ ମୁଖ୍ୟ ସହାୟକ ହେବବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା ବକ୍ତବ୍ୟ ରଖିଥିଲେ।ଏଥିରେ ସମସ୍ତ ମଣ୍ଡଳସଭାପତି, ସାଧାରଣସମ୍ପାଦକ, ସମସ୍ତ ବୁଥ ସଭାପତି,ଦଳର ବରିଷ୍ଠନେତୃବୃନ୍ଦ, ଜିଲ୍ଲାପରିଷଦସଭ୍ୟ ପ୍ରମୋଦ ରାୟ, ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଓଝା, ଜଗତିଂହପୁର ଲୋକସଭା ପ୍ରଭାରୀ ପବିତ୍ର ଦାସ, ବିଜୟ ପଣ୍ଡା, ବିଜେପି ର ସମସ୍ତ ସରପଞ୍ଚ ଓ ନୋମିନି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, ସତ୍ୟାସିସ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *