ଜଗତସିଂହପୁର ସ୍ଥିତ ଉଦାସ ଆଶ୍ରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ସମୟ ଚକ୍ରରେ ମଣିଷ ଧର୍ମଠାରୁ ଦୁରେଇ ଯାଇ କୁସଂଗତକୁ ଅପଣେଇଛି । କଳିଯୁଗର ଶେଷ ଭାଗରେ ମଣିଷ ଭଗବାନଙ୍କ ଠାରୁ ଦୁରେଇ ଯାଇ କେବଳ ମୋର କେମିତି ଉନ୍ନତି ହେବ ,ମୁଁ କିପରି ଆଗେଇବି ତାହା ଉପରେ ସମସ୍ତେ ଏବେ ଲକ୍ଷ କରୁଛନ୍ତି । ମଣିଷ କିଭଳି ପାପ ଠାରୁ ଦୂରେଇ ରହିବ ଭଗବାନ ଙ୍କ ଶରଣରେ ନିଜକୁ କିପରି ସମର୍ପି ଦେବ ଏହାକୁ ଆଖି ଆଗରେ ରଖୁ ଦୀର୍ଘବର୍ଷ ହେଲା ଉଦାସ ଆଶ୍ରମ କାର୍ଯ୍ୟ କରୁଛି । ଆସନ୍ତା 19 ତାରିଖରୁ ଦୀର୍ଘ 11 ଦିନ ଧରି ଜଗତସିଂହପୁର ସ୍ଥିତ କାଠୁଆପାଟଣା ଉଦାସ ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଓ ଧର୍ମ ପୁସ୍ତକ ପାଠାଗାର ଉଦ୍ଘାଟନ କରାଯିବ ବୋଲି ଆଜି ଆଶ୍ରମ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଆଶ୍ରମର ବାବା ସ୍ୱାମୀ ଯଜ୍ଞସ୍ୱର ଦାସ ମହାରାଜ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ 11 ଦିନ ବ୍ୟାପି ଚାଲିବାକୁ ଥିବା ସହିତ ଯଜ୍ଞ ରେ ଧର୍ମସଭା , ପ୍ରବଚନ ,ସାଧୁସନ୍ତ ସମ୍ମିଳନୀ ଆୟୋଜନ କରାଯିବା ସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥ ଓ ଜନସାଧାରଣ ମାନେ ଯୋଗ ଦେବାର ଅଛି ।
