ବ୍ଲକ ସ୍ତରୀୟ ପବିତ୍ର ଗୀତା ଆବୃତ୍ତି ପ୍ରତିଯୋଗିତା
ରାୟଗଡା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀଗୁରୁଜୀ ନଗର, ଜେ କେ ପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ଜାନକୀଲତା ମହାପାତ୍ର, ଶିକ୍ଷୟିତ୍ରୀ, ଗୋପବନ୍ଧୁ ମ୍ୟୁନିସିପାଲଟି ସ୍କୁଲ, ରାୟଗଡା, ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ବିଜୟ କୁମାର ନାୟକ, ଯୋଗ ଦେଇ ଗୀତାର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରାଇଥିଲେ l ସେହିପରି ବିଚାରକ ଭାବେ ଶ୍ରୀମତୀ ଶର୍ମିଳା ପାତ୍ର, ଶ୍ରୀମତୀ ସୁଧାରାଣୀ ପାତ୍ର, ଶ୍ରୀ ଶ୍ରୀକାନ୍ତ ସୁନ୍ଦର ବେହେରା, ସୁଶ୍ରୀ ଶିବାନୀ ବେହେରା, ସୁଶ୍ରୀ ରୁଦ୍ରାଙ୍ଗିନୀ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ l ମାନନୀୟ ଶ୍ରୀ ଶରତ ଚନ୍ଦ୍ର ରାଉତ, ଆଚାର୍ଯ୍ୟ, ଗୀତା ପ୍ରଜ୍ଞାନ ମିଶନ, ରାୟଗଡା ଜିଲ୍ଲା ସଂଯୋଜକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ ଦେଇଥିଲେ l ଶ୍ରୀ ରଘୁନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ, ସ ଶି ବି ମ, ଜେ କେ ପୁର, ଅତିଥିମାନଙ୍କ ପରିଚୟ ପ୍ରଧାନ କରିଥିବା ବେଳେ ଶ୍ରୀ ରଶ୍ମିତା ସାହୁ, ଆଚାର୍ଯ୍ୟl, ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ପ୍ରତିଯୋଗିତାରେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଜେ କେ ପୁର, ସ ଶି ବି ମ, ଜେ କେ ପୁର, ଉଗ୍ରତାରା ମହାବିଦ୍ୟାଳୟ, କୁମୁଟିପେଣ୍ଠ, ପେଣ୍ଟା ଉଚ୍ଚ ବିଦ୍ୟାଳୟରୁ ମୋଟ 69 ଜଣ ଶିଶୁ ଭାଇଭଉଣୀ ଯୋଗ ଦେଇ ଗୀତା ଆବୃତ୍ତି କରିଥିଲେ l ଶେଷରେ କୃତୀ ଶିଶୁଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ସଫଳ କରାଇଥିଲେ l ଜିଲ୍ଲା ସଂଯୋଜକ ଶରତ ଭାଇ ଧନ୍ୟବାଦ ପ୍ରଦାନ କରିଥିଲେ l
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
