ସୋରଡ଼ା ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପାଳିତ
ସୋରଡ଼ା 07/10: ତୀର୍ଥକ୍ଷେତ୍ର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ସୋରଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଶ୍ରୀ ପ୍ରିୟଦର୍ଶିନୀ ନାୟକ ଓ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଜ୍ଞା ପ୍ରିୟ ଦର୍ଶିନୀ ବାରିକ ଙ୍କ ଆୟୋଜନ କ୍ରମେ ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ, ବିଡ଼ିଓ ବିଜୟ କୁମାର ପ୍ରଧାନ ପ୍ରମୁଖ ଉତ୍ସବର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଳା ପାତ୍ର ବିଜୟ କୁମାର ମଣ୍ଡଳ,ବିଜେପି ସୋରଡ଼ା ମଣ୍ଡଳ ସଭାପତି ଜଗଦୀଶ ରାଜୁ ଆଦି ପ୍ରଦୀପ ପ୍ରଜ୍ବଳନ କରି ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦ୍ଘାଟନୀ ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ବାଗତ ସଙ୍ଗୀତ ଗାନ କାରାଯାଇଥିଲା ଓ ବ୍ଲକ ବିଦ୍ୟାଳୟର ସି ଆର ସି ସି କାଳୁ ଚରଣ ପାଢ଼ୀ ଓ ରାଜେନ୍ଦ୍ର ବିଷୋୟୀ,ଗଙ୍ଗାଧର ନାୟକ ଆଦି ଏହି ସଭାକୁ ପରିଚାଳନା କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମ ଦ୍ଵାରା ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଓ ଲୋକକଳା ସହିତ ନାରୀ ସଶକ୍ତିକରଣ ଓ ଝିଅ ମାନଙ୍କ ସୁରକ୍ଷା ନେଇ ଘୋଡା ନାଚ, ଦଣ୍ଡ ନାଚ,ସାମାଜିକ ଧର୍ମୀ ନାଟକ ସୁନ୍ଦର ଓ ମନମୁଘଧକର ହୋଇ ସମସ୍ତଙ୍କ ଚକିତ କରିଥିଲା।ଏହି ବ୍ଲକର 16 କ୍ଲଷ୍ଟରର ସମସ୍ତ ସି ଆର ସି ସି ସଂଯୋଜନା କରି ବିଭିନ୍ନ ବିଦ୍ୟାଲୟର ପ୍ରାୟ 300ରୁ ଅଧିକ ପ୍ରତିଯୋଗୀଙ୍କର ବିଭିନ୍ନ ଇଭେଣ୍ଟ ଯଥା ଚିତ୍ରାଙ୍କନ , ସଙ୍ଗୀତ, ପ୍ରତିଭାର ସମୀକ୍ଷା କରିଥିଲେ। ବିଭିନ୍ନ ପ୍ରତିଜୋଗିତାରେ 26 ଜଣଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା ଓ ସେମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଜୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଥିଲା। ଏହି ଉତ୍ସବରେ ଏହି ବ୍ଲକର ଆଠ ଜଣ ଗାଇଡ଼ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ଏହିପରେ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱଚ୍ଛ
