ମୁଁ ବି ରକ୍ତ ଦେବି

**ଯାଜପୁର ବ୍ୟାସନଗର ସ୍ଥିତ ଦେବ୍ ଇଣ୍ଟର ନେସନାଲ୍‌ ସ୍କୁଲ ପରିସରରେ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର “ମୁଁ ବି ରକ୍ତ ଦେବି” ଅନୁଷ୍ଠିତ ହୋଇଯାଇଅଛି l ନିର୍ମଳ କୁମାର ରଣା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି “ମୁଁ ବି ରକ୍ତ ଦେବି” କାର୍ଯ୍ୟକ୍ରମ ରେ ସ୍କୁଲ ର ଚେୟାରମ୍ୟାନ ବୁଧଦେବ ରାଉତ ସମସ୍ତ ଅଭିଵାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ରକ୍ତ ଦେବା ପାଇଁ ଆହ୍ୱାନ କରିଥିଲେ l ରକ୍ତ ଦାନ ମହତ ଦାନ ଓ ରକ୍ତ ଦାତା ହେଉଛନ୍ତି ମହତ ଦାତା ଏବଂ ଆମେ ଦେଇଥିବା ରକ୍ତ ରେ ଜଣେ ନିରୀହ ଜୀବନ ବଞ୍ଚି ପାରିବ l ଏହାକୁ ଆଖି ଆଗରେ ରଖି ଦୀର୍ଘ ୧୦ ବର୍ଷ ଧରି ଏହି ରକ୍ତ ଦାନ ଶିବିରର ଆୟୋଜନ ହୋଇଆସୁଥିବା ବେଳେ ଆଜିର ଏହି ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *